35.1 C
Bhubaneswar
Monday, March 23, 2026
Homeଓଡିଶାନେତାଜୀ ଜୟନ୍ତୀ ଉପଲକ୍ଷେ ସଭା

ନେତାଜୀ ଜୟନ୍ତୀ ଉପଲକ୍ଷେ ସଭା

ଯାଜପୁର:  ଗୁରୁବାର ଆପୋଷହୀନ ଧାରାର ମହାନ୍ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୮ ତମ ଜୟନ୍ତୀ ଉପଲକ୍ଷେ ଏକ ସଭା “ସାରା ଓଡ଼ିଶା ନେତାଜୀ ସୁଭାଷ ଜୟନ୍ତୀ କମିଟି ,ଯାଜପୁର ରୋଡ” ପକ୍ଷରୁ ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ବରିଷ୍ଟ ଆଇନ ଜିବୀ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ସଭାରେ ସର୍ବପ୍ରଥମେ ନେତାଜୀଙ୍କ ଫଟୋଚିତ୍ର ରେ ମାଲ୍ୟଦନ ଓ ନେତାଜୀଙ୍କ ଉପରେ ରଚିତ ସଙ୍ଗୀତ ଗାନ ମଧ୍ୟଦେଇ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲା । ନେତାଜୀ କମିଟି ର ଯାଜପୁର ଜିଲ୍ଲା ସଭାପତି ପ୍ରୟାତ ପ୍ରଫେସର ନିହାର ରଞ୍ଜନ ଜେନାଙ୍କ ସ୍ମୃତି ଉଦ୍ଧେଶ୍ୟରେ ଦୁଇ ମିନିଟ ନିରବତା ଅବଲମ୍ବନ କରାଯାଇଥିଲା ।ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ କମିଟିର ସମ୍ପାଦିକା ନିରୁପମା ବେହେରା । ଏହି ସଭାରେ ମୂକ୍ଷ୍ୟ ଅତିଥି ଭାବେ ଯୋଗଦେଇଥିଲେ ନେତାଜୀ କମିଟିର ଉପଦେଷ୍ଟା ପ୍ରଫେସର ଦୁଷ୍ମନ୍ତ କୁମାର ନାୟକ ,ମୁକ୍ଷ୍ୟ ବକ୍ତା ଭାବେ ଯୋଗଦେଇଥିଲେ ସାରା ଓଡ଼ିଶା ନେତାଜୀ ଜୟନ୍ତୀ କମିଟିର ଉପସଭାପତି ଶ୍ରୀଯୁକ୍ତ କ୍ଷିରୋଦ ଚଦ୍ର କର । ଅନ୍ୟତମ ବକ୍ତା ଭାବେ ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହିମାଂଶୁ ଶେଖର ଦ୍ବିବେଦୀ ଓ କ୍ରୋମନଗର ଉଚ୍ଚବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦେଓ । ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରେ ଘଟି ଚାଲିଥିବା ଅନ୍ୟାୟ ଶୋଷଣ ବିରୁଦ୍ଧରେ ଲଢ଼ିଯିବା ପାଇଁ ଉପସ୍ଥିତ ଛାତ୍ର ,ଯୁବକ ଓ ବୁଦ୍ଧିଜୀବୀ ମାନଙ୍କୁ ବକ୍ତାମାନେ ଆହ୍ବାନ ଦେଇଥିଲେ । ସଭାପତିଙ୍କ ଅଭିଭାଷଣ ପରେ ନେତାଜୀଙ୍କ ଜୀବନ ସଂଗ୍ରାମ ଉପରେ କରାଯାଇଥିବା ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କଲା ପରେ ସଭାକାର୍ଯ୍ୟ ଶେଷ ହୋଇ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking