ନୂଆଦିଲ୍ଲୀ : ଡରାଉଛି ଲାନସେଟ ରିପୋର୍ଟ । ନିକଟରେ ପ୍ରକାଶ ପାଇଛି ଲାନସେଟ୍ ଚାଇଲ୍ଡ ଆଣ୍ଡ ଆଡଲ୍ଟସେଣ୍ଟ ହେଲ୍ଥ ରିପୋର୍ଟ । ଏହି ନୂତନ ଅଧ୍ୟୟନ ଅନୁସାରେ, ବିଶ୍ବରେ ପ୍ରତି ୧୨ ଜଣ ଶିଶୁଙ୍କ ମଧ୍ୟରୁ ଜଣେ କୌଣସି ନା କୌଣସି ପ୍ରକାରର ଅନଲାଇନ୍ ଯୌନ ଶୋଷଣ କିମ୍ବା ନିର୍ୟାତନାର ଶିକାର ହୋଇଛନ୍ତି । ଅନଲାନନ୍ ଶିଶୁ ଯୌନ ଶୋଷଣ ଓ ନିର୍ଯାତନା ହେଉଛି ଏକ ବିଶ୍ବସ୍ତରୀୟ ଜନସ୍ବାସ୍ଥ୍ୟ ସମସ୍ୟା । ଯାହା ଦୃତ ଗତିରେ ବୃଦ୍ଧି ପାଉଛି । ୧୨୩ଟି ଅଧ୍ୟୟନର ଫଳାଫଳକୁ ବିଶ୍ଳେଷଣ କରି ଏହି ରିପୋର୍ଟ, ପ୍ରକାଶ ପାଇଛି । ଯେଉଁଥିରୁ ଜଣାପଡିଛି ଯେ,୧୨.୬ ପ୍ରତିଶତ ଓ ଅନଲାଇନ୍ ଅନୁରୋଧ ୧୨.୫ ପ୍ରତିଶତ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏହି ରିପୋର୍ଟକୁ ନେଇ ଏବେ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢିବାରେ ଲାଗିଛି ।