17.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶସ୍ତ୍ରୀକୁ ହାଣି ପ୍ରେସର କୁକୁରରେ ରାନ୍ଧିଲା ସ୍ୱାମୀ

ସ୍ତ୍ରୀକୁ ହାଣି ପ୍ରେସର କୁକୁରରେ ରାନ୍ଧିଲା ସ୍ୱାମୀ

ନୂଆଦିଲ୍ଲୀ : ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କଲା ନୃଶଂସ  ସ୍ୱାମୀ । ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା । ପ୍ରମାଣ ଲୁଚାଇବାକୁ  ଶରୀରର କଟା ଖଣ୍ଡକୁ ପ୍ରେସର କୁକୁରରେ ସିଝାଇଲା । ଏଭଳି ଲୋମହର୍ଷଣକାରୀ ଘଟଣା ହାଇଦ୍ରାବାଦ ସହରରେ  ଦେଖିବାକୁ ମିଳିଛି । ଜାତୀୟ ଗଣ ମାଧ୍ୟମ ରିପୋର୍ଟ ଅନୁସାରେ  ୪୫ ବର୍ଶୀୟ ଗୁରୁ ମୂର୍ତ୍ତି ନାମକ ବ୍ୟକ୍ତି  ନିଜ ୩୫ ବର୍ଷୀୟା ପତ୍ନୀ  ଭେଙ୍କଟା  ଙ୍କୁ  ନିର୍ମମ ଭାବେ ହତ୍ୟା କରିଥିଲା ।  ପୋଲିସ ଜେରାବେଳେ  ସବୁ କଥା ସ୍ୱୀକୀର କରିଛନ୍ତି ଗୁରୁମୂର୍ତ୍ତି । ଜାନୁଆରୀ ୧୬ ତାରିଖରୁ ମାତୀ ନିଖୋଜ ଥିଲେ । ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ବହୁ ଖୋଜା ଖୋଜି କରିବା ପରେ ଭେଙ୍କଟା ମାଧବୀଙ୍କ ପତ୍ତା ନମିଳିବାରୁ  ସ୍ୱାମୀ ଗୁରୁଙ୍କୁ ନେଇ ଜେରା କରିଥିଲା  ହାଇଦ୍ରାବାଦ ପୋଲିସ ।  ଆଉ ପୋଲିସ ଜେରା ବେଳେ ସେ ନିଜ ଦୋଷ ସ୍ୱୀକାର କରିଛନ୍ତି । ଗୁରୁମୂର୍ତ୍ତି ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ।  ଭାରତୀୟ ସେନାରୁ ଅବସର ନେବା ପରେ  ସେ ଡିହାଡିହ ସିକ୍ୱୁରିଟି ବାର୍ଡ ଭାବରେ କାମ କରୁଥିଲେ । ଦୁହିଁଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।  ଘରୋଇ କଳିକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା  ଜଣାପଡିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking