ଭୁବନେଶ୍ୱର : ବାଦାମ ସ୍ୱାସ୍ଥ୍ୟ ପାଇଁ ତଥା ଚର୍ମ ପାଇଁ ମଧ୍ୟ ଭଲ ହୋଇଥାଏ । କାରଣ ଏଥିରେ ଅନେକ ପୋଷକ ତତ୍ୱ୍ ରହିଥାଏ । ଯାହା ଚର୍ମର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ ଇ ଏବଂ ମିନେରାଲ୍ସ ରହିଥାଏ । ଯଦି ଆପଣ ଗୋରା ହେବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ମୁହଁରେ ବାଦାମ ତେଲ ବାବହାର କରନ୍ତୁ । ତାପରେ ପାର୍ଥକ୍ୟ ଦେଖି ଜାଣିପାରିବେ । ନଡିଆ ତେଲକୁ ବାଦାମ ତେଲ ସହ ମିଶାଇ ଲଗାନ୍ତୁ । ଏଥିରେ ଭିଟାମିନ ଇ ଏବଂ ଫ୍ୟାଟି ଏସିଡ ଭରପୁର ଥାଏ । ଯାହା ସ୍କିନ କୁ ହାଇଡ୍ରେଟ ରଖେ । ସ୍କିନ କୁଣ୍ଡେଇ ହେବା ସମସ୍ୟାରୁ ଦୂର କରିଥାଏ । ମହୁ ଏବଂ ବାଦାମ ତେଲ ଲଗାଇବା ଦ୍ୱାରା ଚର୍ମକୁ ନରମ କରିଥାଏ । ଉଭୟ ବାଦାମ ଏବଂ ନଡିଆ ତେଲ ଭିଟାମିନ ଇର ଉତ୍ସା ଅଟେ । ଯାହା ଆପଣଙ୍କ ସ୍କିନର ଶୁଷ୍କତାକୁ ଦୂରରେ ରଖେ ଏବଂ ନରମ ରଖେ । ମୁହଁରେ ଥିବା କଳା ଦାଗ ହଟାଇବାରେ ସାହାଯ୍ୟ କରେ ଏବଂ ଏତ ନୂତନ ଚମକ ଦେଇଥାଏ । ସ୍କିନକୁ ପୁରା ମଜଭୁତ ରଖିଥାଏ ।