25 C
Bhubaneswar
Thursday, April 23, 2026
Homeଓଡିଶାମୁମ୍ବାଇରେ ଆୟୋଜିତ ଜାତୀୟ ସମ୍ମିଳନୀରେ ସୋଆର ପିଜି ମେଡିକାଲ୍ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ମୁମ୍ବାଇରେ ଆୟୋଜିତ ଜାତୀୟ ସମ୍ମିଳନୀରେ ସୋଆର ପିଜି ମେଡିକାଲ୍ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ୪ ଜଣ ସ୍ନାତକୋତର ଛାତ୍ରଛାତ୍ରୀ ଗତ ଜାନ୍ରୁଆରୀ ୮ ତାରିଖରୁ ୧୨ ତାରିଖ ମଧ୍ୟରେ ମୁମ୍ବାଇ ଠାରେ ଆୟୋଜିତ ୬୭ତମ ଅଲ ଇଣ୍ଡିଆନ୍ କଂଗ୍ରେସ୍ ଅନ୍ ଅବ୍‌ଷ୍ଟେଟ୍ରିକ୍ସ ଆଣ୍ଡ ଗାଏନୋକୋଲୋଜି (ଏଆଇସିଓଜି) ଜାତୀୟ ସମ୍ମିଳନୀରେ ଯୋଗ ଦେଇ କୃତିତ୍ୱ ହାସଲ କରିଛନ୍ତି।
ଫେଡେରେସନ୍ ଅଫ୍ ଅବଷ୍ଟେଟ୍ରିକ୍ସ ଆଣ୍ଡ ଗାଏନୋକୋଲଜିକାଲ୍ ସୋସାଇଟିଜ୍ ଅଫ୍ ଇଣ୍ଡିଆ (ଏଫ୍‌ଓଜିଏସ୍‌ଆଇ) ର ୭୫ ତମ ବାର୍ଷିକ ଅଧିବେଶନ ସହ ମିଳିତ ଭାବେ ଆୟୋଜିତ ହୋଇଥିବା ଏଆଇସିଓଜି ସମ୍ମିଳନୀରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ୧୧ ଜଣ ପିଜି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ଡାକ୍ତର ନନ୍ଦନା ରାଜଗୋପାଳ, ଡାକ୍ତର ସି ଏଚ୍‌. ଭିନିଲା ନାଇଡୁ ଏବଂ ଡାକ୍ତର ଶିଳ୍ପା ଜେନା ନିଜ ନିଜ କ୍ୟାଟେଗୋରୀରେ ପ୍ରଦାନ କରିଥିବା ସନ୍ଦର୍ଭରେ ପ୍ରଥମ ପୁରସ୍କାର ହାସଲ କରିଥିବା ବେଳେ ଅନ୍ୟ ଏକ ବିଭାଗରେ ଡାକ୍ତର ସତ୍ୟଜିତ ବରାହା ତୃତୀୟ ସ୍ଥାନ ହାସଲ କରିଥିଲେ।
ଡାକ୍ତର ରାଜଗୋପାଳ ‘ଗାଏନୋକୋଲୋଜି ଅଙ୍କୋଲୋଜି’ କ୍ୟାଟେଗୋରୀରେ ସନ୍ଦର୍ଭ ପ୍ରଦାନ କରିଥିବା ବେଳେ ଡାକ୍ତର ନାଇଡୁ ଏବଂ ଡାକ୍ତର ଜେନା ଯଥାକ୍ରମେ ‘ଗାଏନୋକୋଲୋଜି ଏଣ୍ଡୋସ୍କୋପି ଆଣ୍ଡ ସର୍ଜରୀ ‘ଓ ‘ମିସ୍‌ଲାନିୟସ୍‌’ କ୍ୟାଟେଗୋରୀରେ ସନ୍ଦର୍ଭ ପ୍ରଦାନ କରିଥିଲେ। ଡାକ୍ତର ବରାହା ‘ମ୍ୟାଟରନାଲ୍ ଆଣ୍ଡ ଫେଟାଲ୍ ମେଡିସିନ୍‌’ କ୍ୟାଟେଗୋରୀରେ ସନ୍ଦର୍ଭ ଦାଖଲ କରିଥିଲେ।
ମୁମ୍ବାଇରୁ ଫେରିବା ପରେ ଏହି ଛାତ୍ରଛାତ୍ରୀମାନେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରିଥିବା ବେଳେ ପ୍ରଫେସର ନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ।
ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ବସନ୍ତ କୁମାର ପତି ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking