21.1 C
Bhubaneswar
Tuesday, January 21, 2025
Homeଓଡିଶାସବୁ ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ – ମନ୍ତ୍ରୀ

ସବୁ ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ – ମନ୍ତ୍ରୀ

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି ୨୦୨୦କୁ ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । କହିଛନ୍ତି ,ଏନଇପିରେ ମାତୃଭାଷା ସହ ବହୁ ଭାଷାରେ ଶିକ୍ଷା ଦିଆଯିବ । ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ପିଲାମାନେ ଆତ୍ମନିର୍ଭରଶୀଳ  ହେବା ଭଳି ଶିକ୍ଷା ଦିଆଯିବ । ଶିକ୍ଷାରେ ଏଆଇ ର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ  ଦେଇଛନ୍ତି । ଜାତୀୟ ଶିକ୍ଷାନୀତିରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ । ଏନଇପିକୁ ସହଜରେ କାଯ୍ୟକାରୀ କରାଯାଇପାରିବ ।  ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶିକ୍ଷାର ବ୍ୟବଧାନ  କମିବ ।  ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସବୁ ପଌଶଗ୍ଧ;୍‌ଚାୟତରେ ପରିଣତ କରାଯିବ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଗଣଶିକ୍ଷାମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ  ପିଏମଶ୍ରୀ ସ୍କୁଲ ଲାଗି ଧନ୍ୟବାଦ ଜଣାଇଛନ୍ତି ।  ୪୫୦ ପିଏମ ଶ୍ରୀ ସ୍କୁଲ ପାଇଛୁ କହିଛନ୍ତି ,  ଗଣଶିକ୍ଷା ମନ୍ତ୍ରୀ । ଆହୁରି ଅଧିକ ପିଏମ ଶ୍ରୀ ସ୍କୁଲ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।  ୯୧ଟି ସ୍କୁଲକୁ ଅପଗ୍ରେଡ କରାଯାଇଛି ।  ୧୦ଟି ଏସସି / ଏସଟି ସ୍କୁଲ ଅପଗ୍ରେଡ କରାଯାଇଛି ।  ୨୮ ହଜାର ଶିକ୍ଷକ  ନିଯୁକ୍ତି ବ୍ୟବସ୍ଥା କରୁଛନ୍ତି ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking