19.1 C
Bhubaneswar
Monday, January 20, 2025
Homeଦେଶ ବିଦେଶଟ୍ରାଇ ନିୟମ: ଜିଓ, ​​ଏୟାରଟେଲ,ଭୋଡ଼ାଫୋନ ଆଇଡିଆ ଏବଂ ବିଏସଏନଏଲ ସିମ୍ ରିଚାର୍ଜ ବିନା କେତେ ଦିନ...

ଟ୍ରାଇ ନିୟମ: ଜିଓ, ​​ଏୟାରଟେଲ,ଭୋଡ଼ାଫୋନ ଆଇଡିଆ ଏବଂ ବିଏସଏନଏଲ ସିମ୍ ରିଚାର୍ଜ ବିନା କେତେ ଦିନ କାମ କରିବ ଜାଣନ୍ତୁ ?

ନୂଆଦିଲ୍ଲୀ : ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଏବେ ଏକ ନିୟମ ଆଣିଛି ଯାହା ସିମ୍ କାର୍ଡର ଭାଲିଡିଟି ସମ୍ପର୍କରେ । ଜିଓ, ​​ଏୟାରଟେଲ, ଭୋଡ଼ାଫୋନ ଆଇଡିଆ ଏବଂ ବିଏସଏନଏଲରୁ ସିମ କାର୍ଡକୁ କିପରି ବିନା ରିଚାର୍ଜରେ ଅଧିକ ଦିନ ପାଇଁ ଏକ୍ଟିଭ ରଖିବେ, ବାରମ୍ବାର ରିଚାର୍ଜରୁ ଦୂରେଇ ରହିବେ , କିଭଳି କମ ଖର୍ଚ ହେବ ଏବଂ ମୋବାଇଲ୍ ବ୍ୟବହାରକାରୀ ମାନେ ସେମାନଙ୍କ ସିମ୍ ରିଚାର୍ଜ କରିବାକୁ ଭୁଲିଯାଉଛନ୍ତି ସେନେଇ ଏକ ଗାଇଡଲାଇନ ଆସିଛି ।
ଜିଓ ସିମର ଭାଲିଡିଟି ନିୟମ କଣ ରହିଛି ଜାଣନ୍ତୁ
ଜିଓ ବ୍ୟବହାରକାରୀମାନଙ୍କର ବିନା ରିଚାର୍ଜ ରେ ୯୦ ଦିନ ସିମ ଏକ୍ଟିଭ ରହିବ । ଏହାପରେ ସିମ ରିଆକ୍ଟିଭ ହୋଇଯିବ । ଏହି ୯୦ ଦିନ ମଧ୍ୟରେ ଇନକମ କଲ ୧ ମାସ ପର୍ଯ୍ୟନ୍ତ ଆକ୍ଟିଭ ରହିବ। ୯୦ ଦିନ ପରେ ସିମ ରିଚାର୍ଜ କରୁନାହାନ୍ତି ତେବେ ପରମାନେଣ୍ଟ ପାଇଁ ସିମ ଡ଼ିସକନେକ୍ଟ ହୋଇଯିବ । ଯୋଗାଯୋଗ ବିଛିନ୍ନ ହୋଇଯିବ ।
ଏୟାରଟେଲ୍ସ ସିମର ଭାଲିଡିଟି ନିୟମ କଣ ରହିଛି ଜାଣନ୍ତୁ
ବିନା ରିଚାର୍ଜରେ ଏୟାରଟେଲ ସିମ ୯୦ ଦିନ ଉପରେ ଆକ୍ଟିଭ ରହିବ । ଏହା ପରେ ଏୟାରଟେଲ୍ସ ୟୁଜର୍ସମାନଙ୍କୁ ଆଉ ୧୫ ଦିନ  ମାଗଣା ମିଳିବ ଯାହାକି ସିମକୁ ରିଆକ୍ଟିଭ କରିପାରିବେ ।
ଭୋଡାଫୋନ ଆଇଡିଆ ଭାଲିଡିଟି ନିୟମ କଣ ରହିଛି ଜାଣନ୍ତୁ
ସେହିପରି ଭୋଡାଫୋନ ଆଇଡିଆ ବ୍ୟବହାରୀଙ୍କ ପାଇଁ ନୂତନ ସୁଯୋଗ ଆସିଛି ।  ଯାହାକି ବିନା ରିଚାର୍ଜରେ  ଅଧିକ ୯୦ ଦିନ  ଉପଭୋଗ କରିପାରିବେ ।  ଏହା ପରେ ୪୯ ଟଙ୍କାରେ ରିଚାର୍ଜ କରି  ପୁନଃ ଉପଭୋଗ କରିପାରିବେ ।
ବିଏସଏନଏଲ  ଭାଲିଡିଟି କଣ ରହିଛି ଜାଣନ୍ତୁ
ବିଏସଏନଏଲ ଦୀର୍ଘ ସମୟ ପାଇଁ ଏହି ବ୍ୟବସ୍ଥା ଭାରତରେ ଯୋଗାଉଛି । ବିନା ରିଚାର୍ଜରେ ଏହି ସିମ ୧୮୦ ଦିନ ଆକ୍ଟିଭ ରହିବ । ଯେଉଁମାନେ ବାରମ୍ବାର ରିଚାର୍ଜରୁ ଦୂରେଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ବିକଳ୍ପ ଅଟେ ।
ଟ୍ରାଇର ନୂଆ ଗାଇଡଲାଇନ ରେ ଅନାବଶ୍ୟକ ରିଚାର୍ଜରୁ ଦୂରେଇ ରୁହନ୍ତୁ
ଏହି ନୂତନ  ନିୟମଗୁଡିକ ସିମ ପରିଚାଳନା କରିବାକୁ ସରଳ କରିଥାଏ ।  ଏବଂ ଉପଭୋକ୍ତାମାନଙ୍କୁ ରିଚାର୍ଜ ପାଇଁ ସାହାଯ୍ୟ ହୋଇଥାଏ । କେବେ  ଉପଭୋକ୍ତାମାନେ  ରିଚାର୍ଜ ପାଇଁ  ମହଙ୍ଗା  ପଡିଥାଏ । ଟେଲି ଯୋଗାଯୋଗ ବିଭାଗର   ଏୟାରଟେଲ , ଜିଓ , ବିଏସଏନଏଲ ଏବଂ ଭୋଡାଫୋନ ଆଇଡିଆ ସମେତ  ପ୍ରମୁଖ ଟେଲିକମ ଅପରେଟରମାନଙ୍କୁ ଏହି ସେବା ବିଳମ୍ବ ନକରି ଶୀଘ୍ର ଆରମ୍ଭ କରିବା ପାଇଁ  ନିର୍ଦ୍ଦେଶ ଦିଆଯାଇଛି । ନକଲି କଲକୁ ରୋକିବା ପାଇଁ  ଏବଂ ୟୁଜର୍ସ ମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking