23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶ୬୫ ଲକ୍ଷ ସ୍ୱାମୀତ୍ୱ ସମ୍ପତ୍ତି କାର୍ଡ ବାଣ୍ଟିଲେ ମୋଦୀ

୬୫ ଲକ୍ଷ ସ୍ୱାମୀତ୍ୱ ସମ୍ପତ୍ତି କାର୍ଡ ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦେଶର ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ୬୫ ଲକ୍ଷ ସ୍ୱାମୀତ୍ୱ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି। ସ୍ୱାମୀତ୍ୱ ଯୋଜନା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଏତେ ସଂଖ୍ୟକ ହିତାଧିକାରୀଙ୍କୁ ସେମାନଙ୍କ ଜମିର ଦସ୍ତାବିଜ୍ ପ୍ରଦାନ କରାଯାଇଛି। ଭର୍ଚ୍ଚୁଆଲ ମୋଡ୍ ଯୋଗେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗାଁର ଅର୍ଥନୀତି ପାଇଁ ଆଜିର ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା ୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଏବେ ଏହାକୁ ସାକାର କରାଯାଇପାରିଛି। ଏହି ଯୋଜନା ଅନ୍ତର୍ଗତ ଗାଁରେ ରହୁଥିବା ଗ୍ରାମୀଣ ଲୋକ ଉପକୃତ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ, ଛତିଶଗଡ, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡିଶା, ପଞ୍ଜାବ, ରାଜସ୍ଥାନ, ୟୁପି ଏବଂ ଜମ୍ମୁ-କାଶ୍ମୀର ଏବଂ ଲଦାଖ ଆଦି ପ୍ରଦେଶର ୨୩୦ରୁ ଅଧିକ ଜିଲ୍ଲାର ପ୍ରାୟ ୫୦ହଜାର ଗାଁର ସମ୍ପତ୍ତି ମାଲିକଙ୍କୁ ସ୍ୱାମୀତ୍ୱ ଯୋଜନା ଅନ୍ତର୍ଗତ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି।

ଏହି କାର୍ଡ ମାଧ୍ୟମରେ ଗାଁ ଗାଁରେ ଜମିବାଡ଼ିକୁ ନେଇ ଲାଗି ରହୁଥିବା ଅସୁବିଧା ଦୂର ହୋଇପାରିବ। ଭାରତର ଗ୍ରାମଗୁଡିକରେ ଲକ୍ଷ ଲକ୍ଷ କୋଟି ମୂଲ୍ୟର ସମ୍ପତ୍ତି ଥିବା ସତ୍ତ୍ୱେ ଘରର ଆଇନଗତ ଦଲିଲ ନଥିବା ଯୋଗୁ ସମ୍ପତ୍ତି ମାଲିକ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନେକ ସ୍ଥାନରେ ଶକ୍ତିଶାଳୀ ଲୋକମାନେ ଗରିବ ଲୋକଙ୍କ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରୁଥିଲେ। ଗ୍ରାମୀଣ ଗରିବଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୨୦ରେ ଦେଶରେ ଆରମ୍ଭ ହୋଇଥିଲା ସ୍ୱାମୀତ୍ୱ ଯୋଜନା। ୨୦୨୨ ଡିସେମ୍ବର ସୁଦ୍ଧା ଏହି ଯୋଜନାରେ ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଗ୍ରାମାଞ୍ଚଳରେ ଡ୍ରୋନ ଜରିଆରେ ସର୍ଭେ କରାଯାଇ ସାରାଦେଶର ୬୫ଲକ୍ଷ ପାରିବାରକୁ ସେମାନଙ୍କ ଘରଡ଼ିହ ପଟ୍ଟା ପ୍ରଦାନ କରାଯାଇଛି। ଦେଶର ଅନ୍ୟାନ୍ୟ ସ୍ଥାନରେ ୧୩ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଇଛନ୍ତି। ଉପରୋକ୍ତ ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ମୁଖ୍ୟ, ସାଂସଦ, କେନ୍ଦ୍ରମନ୍ତ୍ରୀ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଂଞ୍ଚାଳନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking