16.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଯୁବତୀଙ୍କ ତଣ୍ଟି ଚିପି ମୃତଦେହ ସହ ଦୁଷ୍କର୍ମ କଲା ଯୁବକ

ଯୁବତୀଙ୍କ ତଣ୍ଟି ଚିପି ମୃତଦେହ ସହ ଦୁଷ୍କର୍ମ କଲା ଯୁବକ

ପୋଲାଣ୍ଡ: କଏନ୍‌ର ହେଡ ପଡ଼ିବା ହେଲା କାଳ। ଯୁବତୀଙ୍କ ତଣ୍ଟି ଚିପି ଦେଲା ଜଣେ ଅଜଣା ଯୁବକ । ଟସ୍ ପଡ଼ିଥିଲେ ହୁଏତ ବଞ୍ଚି ଯାଇଥାନ୍ତା ଜୀବନ। କଏନର ହେଡ ପଡ଼ିବାରୁ ଦୁଇ ବର୍ଷ ପୂର୍ବେ ଜଣେ ଯୁବତୀଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଥିଲେ ଜଣେ ଯୁବକ । କୋର୍ଟରେ ଶୁଣାଣି ବେଳେ ଯୁବକଜଣକ ନିଜ ଦୋଷ ସ୍ୱୀକାର କରିବା ସହ କହିଛନ୍ତି ଏହି ହତ୍ୟାକାଣ୍ଡ ପଛର କାରଣ। ଏପରି ଏକ ସାଂଘାତିକ ଘଟଣା ପୋଲାଣ୍ଡର କାଟୋୱିସ୍ ସହରରେ ୨୦୨୩ ମସିହାରେ ଘଟିଥିଲା। ୨୦ ବର୍ଷୀୟ ଜଣେ ଯୁବକ ଜଣେ ୧୮ ବର୍ଷୀୟା ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ମୃତଦେହ ସହ ସେ ଦୁଷ୍କର୍ମ କରିଥିବା ବି କୋର୍ଟରେ ସ୍ୱୀକାର କରିଛନ୍ତି। କୋଜିଲସ୍କା ନାମ୍ନୀ ଯୁବତୀ ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କର ହେପା ନାମକ ଯୁବକଙ୍କ ସହ ଦେଖା ହୋଇଥିଲା। ଯୁବକଜଣକ ଏକ ଗ୍ୟାରେଜରେ କାମ କରୁଥିଲେ।

ବାଟରେ ଉଭୟଙ୍କ ମଧ୍ୟରେ ଭେଟ ହେବା ସହ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଅଳ୍ପ ସମୟର ଚିହ୍ନା ପରିଚୟ ପରେ କୋଜିଲସ୍କା ବିନା ଦ୍ୱିଧାରେ ହେପାଙ୍କ ଘରକୁ ଚାଲି ଯାଇଥିଲେ। ସେଠାରେ ଉଭୟ କିଛି ସମୟ କଥାବାର୍ତ୍ତା ହେବା ପରେ କୋଜିଲସ୍କା ଶୋଇ ପଡ଼ିଥିଲେ। ହେପା କୋର୍ଟରେ ଦେଇଥିବା ବୟାନ ଅନୁଯାୟୀ, ତାଙ୍କୁ ଉଠାଇବାକୁ ବହୁ ଚେଷ୍ଠା କଲି। ମାତ୍ର ସେ ଉଠି ନ ଥିଲେ। ଏହାପରେ ଏକ କଏନ୍ ଟସ୍ କରିବାରୁ ହେଡ ପଡ଼ିଥିଲା। ତେଣୁ ତାଙ୍କୁ ମାରିବାକୁ ନିଷ୍ପତ୍ତି ନେଲି। ମାତ୍ର ମୁଁ ରକ୍ତପାତ ଚାହୁଁ ନ ଥିଲି। ତେଣୁ ଏକ ରଶି ଯୁବତୀ଼ଙ୍କ ବେକରେ ଗୁଡ଼ାଇ ଦେଇଥିଲି। ଫଳରେ ଛଟପଟ ହୋଇ ତାଙ୍କ ଜୀବନ ଚାଲି ଯାଇଥିଲା। ହୁଏତ ଟସ୍ ପଡ଼ିଥିଲେ ଯୁବତୀଜଣକ ଆଜି ବଞ୍ଚିଥାନ୍ତେ ବୋଲି କହିଛନ୍ତି ହେପା । ଏନେଇ ହେପା ପୁଲିସ୍‌କୁ ଖବର ଦେଇଥିବା ବେଳେ ପୁଲିସ୍ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ତାଙ୍କୁ ଗିରଫ କରିଛି। ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ହେପାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ତେବେ ଅଭିଯୁକ୍ତଙ୍କ ଏପରି ମାନସିକ ଚିନ୍ତାଧାରାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୋର୍ଟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking