ସୁନ୍ଦରଗଡ : ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଅଘଟଣ ନେଇ କମ୍ପାନୀ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ୩୬ ଘଣ୍ଟା ପରେ ଉଦ୍ଧାର ହୋଇଥିବା ୩ ଶ୍ରମିକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ୩ ଜଣଙ୍କ ମଧ୍ୟରୁ ଜଣେ ମୃତ ଶ୍ରମିକ ଦାଶରଥି ପାତ୍ର ବୋଲି ପରିଚୟ ମିଳିଛି । କମ୍ପାନୀ ପକ୍ଷରୁ ମୃତ ଦାଶରଥିଙ୍କ ପରିବାରକୁ ୨୫ ଲକ୍ଷ ସହାୟତା ଘୋଷଣା କରାଯାଇଛି । ସହାୟତା ଘୋଷଣା ନେଇ ଜିଲ୍ଲାପାଳ ଦାଶରଥି ସରାବ ସୂଚନା ଦେଇଛନ୍ତି । ମୃତ ଦାଶରଥୀଙ୍କ ୨ ପିଲାଙ୍କ ପାଠପଢା ଖର୍ଚ୍ଚ ସହ ସ୍ତ୍ରୀଙ୍କୁ ଚାକିରି ମିଳିବ । ରାଜଗାଙ୍ଗପୁରରେ ଗୋଟିଏ ଲେଖାଏଁ ଘର କମ୍ପାନୀ ଦେବ । +୨ ପଯ୍ୟନ୍ତ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବ । କମ୍ପାନୀ ଗତ ୧୬ ସନ୍ଧ୍ୟାରେ କୋଇଲା ହପର ଭୁଷୁଡି ଅଘଟଣ ହୋଇଥିଲା ।