ଭୁବନେଶ୍ୱର : ରାସନକାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ ରଖିଛନ୍ତି । କହିଛନ୍ତି ଆୟକରଦାତା ନେଉଥିଲେ ରାସନ କାର୍ଡ । ବିଭାଗ ପାଖରେ ତଥ୍ୟ ପହଂଚିବା ପରେ ତନାଘନା ଚାଲିଛି । ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ୱ ସରକାର ସମୟରେ ଆୟକରଦାତା ପାଇଥିଲେ ରାସନକାର୍ଡ । କେତେ ପାଇଛନ୍ତି ତାହାକୁ ନେଇ ଅନୁଧ୍ୟାନ ଚାଲିଛି କହିଛନ୍ତି ମନ୍ତ୍ରୀ । ପୂରା ତଥ୍ୟ ଆସିବା ପରେ ସେମାନଙ୍କୁ ବାଦ ଦିଆଯିବ । ପ୍ରାୟ ୪ ଲକ୍ଷ ହିତାଧିକାରୀ ପାଇଥିଲେ ରାସନକାର୍ଡ ।