31.1 C
Bhubaneswar
Tuesday, March 17, 2026
Homeଦେଶ ବିଦେଶଧମକ ଦେଉଥିଲେ ଦାଦା, ଜୀବନ ହାରିଲେ ଝିଆରୀ

ଧମକ ଦେଉଥିଲେ ଦାଦା, ଜୀବନ ହାରିଲେ ଝିଆରୀ

ବେଙ୍ଗାଲୁରୁ: ବ୍ୟକ୍ତିଗତ ଫଟୋ ଭାଇରାଲ କରିବାକୁ ଧମକ ଦେଉଥିଲେ ଦାଦା। ହୋଟେଲ ରୁମରେ ଦେଖା କରିବାକୁ କରୁଥିଲେ ବାଧ୍ୟ। ବାରମ୍ବାର ଧମକ ମିଳୁଥିବାରୁ ଦେହରେ ପେଟ୍ରୋଲ ଢ଼ାଳି ଜୀବନ ହାରିଲେ ଝିଆରୀ। ଘଟଣାଟି ଘଟିଛି ବେଙ୍ଗାଲୁରୁରେ। ମୃତକ ୬ବର୍ଷ ହେବ ନିଜ ଦାଦା-ଖୁଡ଼ିଙ୍କ ପାଖରେ ରହୁଥିଲେ ଏବଂ ସେମାନଙ୍କ ସହିତ ବାହାରକୁ ବୁଲିବାକୁ ବି ଯାଉଥିଲେ। ଏହି ସମୟରେ ତାଙ୍କର ବ୍ୟକ୍ତିଗତ ଫଟୋ ଉଠାଇ ଦାଦା-ଖୁଡ଼ି ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଅଭିଯୁକ୍ତ ଦାଦାକୁ ପୁଲିସ ଗିରଫ କରିଛି। ସୂଚନା ମୁତାବକ, ମୃତକ ବେଙ୍ଗାଲୁରୁରେ ରହି ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ।

ଚାକିରି ପାଇଁ ସେ ନିଜ ଘରୁ ଆସି ଦାଦା-ଖୁଡ଼ିଙ୍କ ପାଖରେ ରହୁଥିଲେ। ସେମାନଙ୍କ ସହିତ ବୁଲାବୁଲି କରିବାକୁ ଯାଇଥିବା ବେଳେ ଦାଦା ମୃତକଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ରେକର୍ଡ କରିଥିଲେ। ପରେ ଏହି ଫଟୋ ଭାଇରାଲ କରିବାକୁ ଧମକ ଦେଇ ମୃତକଙ୍କୁ ହୋଟେଲ ରୁମକୁ ଡାକିଥିଲେ ଦାଦା। ପ୍ରଥମେ ମୃତକ ଯିବାକୁ ମନା କରିଥିଲେ ବି ଅଭିଯୁକ୍ତ ଫଟୋ ଭାଇରାଲ କରିବାକୁ ଧମକ ଦେବାରୁ ପୀଡ଼ିତା ବାଧ୍ୟ ହୋଇ ହୋଟେଲରେ ପହଞ୍ଚିଥିଲେ। ହେଲେ ଅଭିଯୁକ୍ତଙ୍କୁ ଜଣାନଥିଲା ପୀଡ଼ିତା ରୁମ୍ ଭିତରକୁ ଆସି କ’ଣ କରିବେ। ଦାଦା ବାରମ୍ବାର ବ୍ଲାକମେଲ କରୁଥିବାରୁ ପୀଡ଼ିତା ପେଟ୍ରୋଲ ନେଇ ରୁମ୍ ଭିତରକୁ ଯାଇଥିଲେ ଏବଂ ସେଠାରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking