16.1 C
Bhubaneswar
Thursday, February 5, 2026
Homeଓଡିଶାକିଛି କାମ ନକରି ଅର୍ଜୁଛନ୍ତି ୬୯ ଲକ୍ଷ

କିଛି କାମ ନକରି ଅର୍ଜୁଛନ୍ତି ୬୯ ଲକ୍ଷ

ଭୁବନେଶ୍ୱର: କାମ କଲେ ଲୋକଙ୍କୁ ଟଙ୍କା ମିଳେ। କାହାକୁ କମ୍ ତ ଆଉ କାହାକୁ ଅଧିକ। ଏହି ଟଙ୍କା ପାଇଁ ଦିନ ରାତି ଖଟେ ମଣିଷ। କିନ୍ତୁ ଏଭଳି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କିଛି କରୁନାହାନ୍ତି। ବସି ବସି ସେ ବର୍ଷକୁ ଅର୍ଜୁଛନ୍ତି ଲକ୍ଷ ଲକ୍ଷ। କିଛି ନ କରିବା ପାଇଁ ସେ ଟଙ୍କା ନେଉଛନ୍ତି। ତାଙ୍କ ଡିମାଣ୍ଡ ବି କିଛି କମ୍ ନୁହେଁ। ସେ ଏଭଳି କରି ପାଲଟି ଗଲେଣି କୋଟିପତି । ଶୋଜି ମୋରିମୋଟୋ। ତାଙ୍କ ବୟସ ୪୧ ବର୍ଷ। ସେ ଟୋକିଓର ବାସିନ୍ଦା। ୨୦୧୮ରେ ସେ ଆରମ୍ଭ କରିଥିଲେ ଏକ ନିଆରା ବ୍ୟବସାୟ। ସେ ନିଜକୁ ଭଡ଼ାରେ ଲଗାଇ ଦେଇଥିଲେ। ରେଣ୍ଟାଲ ପର୍ସନ୍ ବା ଭଡ଼ା ପାଇଁ ଉପଲବ୍ଧ ଥିବା ବ୍ୟକ୍ତି ରୂପୋ ଉପସ୍ଥାପନ କରିଥିଲେ। ଏଭଳି ଜଣେ ବ୍ୟକ୍ତି ଯିଏ ବେକାର ଅଛି ଓ ଭଡାରେ ଯିବା ଲାଗି ଆପଣଙ୍କ ପାଇଁ ଉପଲବ୍ଧ ଅଛି। କିନ୍ତୁ ସେ କୌଣସି କାମ କରିବେ ନାହିଁ। କେବଳ ଯାଇ ଲକୋଙ୍କ ସେ ଏକାପଣ ଦୂର କରିବେ। ଲୋକଙ୍କ ପାଖରେ ବସିବେ। ସେମାନଙ୍କ ସହିତ କଥାବାର୍ତ୍ତା ହେବେ। ଜଣେ ବନ୍ଧୁ ଭଳି ତାଙ୍କ କଥା ଶୁଣିବେ ଏବଂ ତାଙ୍କ ଦୁଃଖ କଷ୍ଟ ସେ ତାଙ୍କ ସହ ବାଣ୍ଟିବେ। ଏଭଳି କରିବା ପାଇଁ ଶୋଜି ମୋରିମୋଟୋଙ୍କୁ ଟଙ୍କା ମିଳେ। ଏହାକୁ ସେ ନିଜେ ସର୍ଭିସ ଟ୍ୟାକ୍ସ ବୋଲି କୁହନ୍ତି। ଏଭଳି କାମ ପାଇଁ ଏବେ ଜାପାନରେ ଶୋଜି ମୋରିମୋଟୋଙ୍କ ଡିମାଣ୍ଡ ଢ଼େର ଅଧିକ ରହିଛି। ଲୋକେ ତାଙ୍କୁ ଖୋଜୁଛନ୍ତି। ତାଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି। ମୋରିମୋଟୋ ଖୋଦ୍ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଏହି ବ୍ୟବସାୟ ଆରମ୍ଭ କରିବା ପରଠାରୁ ବର୍ତ୍ତମାନ ସୁଦ୍ଧା ସେ ୪ ହଜାରରୁ ଅଧିକ ଲୋକଙ୍କ ପାଇଁ କାମ କରିସାରିଲେଣି। ପ୍ରତି ବୁକିଂ ପିଛା ତାଙ୍କୁ ୧୦ହଜାର ୟୋନ୍ ତଥା ପ୍ରାୟ ୫,୬୩୩ ଟଙ୍କା ମିଳେ। ସେ ଘଣ୍ଟାକ ପିଛା ଟଙ୍କା ଚାର୍ଜ କରନ୍ତି। ସାଧାରଣତଃ ସେ ସେହି ଲୋକମାନଙ୍କ ସହିତ ଯାଆନ୍ତି, ଯାହାଙ୍କୁ ଜଣେ ବନ୍ଧୁଙ୍କର ଆବଶ୍ୟକତା ଥାଏ। ବିନା ପାର୍ଟନରେ ଯେଉଁ କବ୍ଲ ପ୍ରବେଶ ଅନୁମତି ଦେଇନଥାଏ, ସେଠାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ସେ ପାର୍ଟନର ସାଜିଥାନ୍ତି। ସେହିପରି ପାର୍ଟିକୁ ଏକୁଟିଆ ଯିବାକୁ ଅନିଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ସହ ସେ ଯାଇଥାନ୍ତି। ସେହିପରି ଘରେ ଏକୁଟିଆ ଅନୁଭବ କରୁଥିଲେ ମୋରିମୋଟୋ ସେଠାରେ ପହଞ୍ଚି ତାଙ୍କ ଏକାପଣକୁ ଦୂର କରଥାନ୍ତି। ଏଭଳି ସେବା ଯୋଗାଇବାକୁ ମୋରିମୋଟୋ ଘଣ୍ଟା ପିଛା ଟଙ୍କା ଚାର୍ଜ କରନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶୋଜି ଚାରି ବର୍ଷରେ ଏଭଳି କିଛି ନକରି ୩ କୋଟି ଟଙ୍କା ରୋଜଗାର କରି ସାରିଲେଣି। ବିଭିନ୍ନ ସେବା ଯୋଗାଉଥିଲେ ମଧ୍ୟ ମୋରିମୋଟୋ ଶାରୀରିକ ସମ୍ପର୍କ ରଖିବାକୁ ସମ୍ପୂର୍ଣ୍ଣ ବାରଣ କରିଥାନ୍ତି। ସେ କେଉଁ କାମ କରିବେ ଓ କାମ କରିବେ ନାହିଁ ତାହା ତାଙ୍କ ମୁଡ୍ ଉପରେ ନିର୍ଭର କରେ। ଶୋଜି ତାଙ୍କର ଅଧିକାଂଶ ଗ୍ରାହକଙ୍କୁ ଅନଲାଇନ୍ ଭେଟନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking