25.1 C
Bhubaneswar
Friday, March 6, 2026
Homeଓଡିଶାଭଡା ଟଙ୍କା ମାଗିବାରୁ ଡ୍ରାଇଭାରକୁ ମାଡ ମାରିଲେ ଯୁବତୀ

ଭଡା ଟଙ୍କା ମାଗିବାରୁ ଡ୍ରାଇଭାରକୁ ମାଡ ମାରିଲେ ଯୁବତୀ

ନୂଆଦିଲ୍ଲୀ:  ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଏକ ମହିଳା ଅଟୋ ଚାଳକଙ୍କୁ ପିଟିବାର ଦୃଶ୍ୟ ସାମ୍ନାକୁ ଆସିଛି । ମହିଳାଟି କହିଛନ୍ତି ଯେ, ଯେତେବେଳେ ଚାଳକଟି ସେଠାରେ ତାଙ୍କ ବିରୁଦ୍ଧରେ ଅଶ୍ଳୀଳ ଶବ୍ଦ ବ୍ୟବହାର କରିଥିଲେ। ସେଥିପାଇଁ ସେ ଅଟୋ ଚାଳକକୁ ମାରିଛନ୍ତି । ଏହି ଭିଡିଓଟି ମହିଳା ଜଣଙ୍କ ତାଙ୍କର ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ଏହା ଭାଇରାଲ୍ ହେବା ପରେ, ଅଟୋ ଚାଳକ ମହିଳା ବିରୁଦ୍ଧରେ ମାମଲା ରୁଜୁ କରି ନ୍ୟାୟ ଦାବି କରିଛନ୍ତି। ଏହି ଘଟଣା ସମ୍ପର୍କରେ ଭିନ୍ନ ଭିନ୍ନ ମତ ମିଳିଛି। ଅଟୋ ଚାଳକ ଶୁକ୍ଲା କହିଛନ୍ତି ଯେ, ଯେତେବେଳେ ସେ ଭଡା ଟଙ୍କା ମାଗିଥିଲେ , ମହିଳାଟି ସେକଥାରୁ ଅସ୍ବୀକାର କରି ମାଡ଼ ମାରିଥିଲେ ସେ କହିଛନ୍ତି, “ଯେତେବେଳେ ମୁଁ ଟଙ୍କା ଦାବି କରିଲି, ସେମାନେ କହିଲେ ସେମାନେ ଛାତ୍ର ଏବଂ ଟଙ୍କା ଦେବେ ନାହିଁ। ଯେତେବେଳେ ମୁଁ ଟଙ୍କା ଦାବି କରିଲି, ତାଙ୍କ ମଧ୍ୟରୁ ଜଣେ ମୋ ଗଳା ଧରିଲେ ଏବଂ ମୋବାଇଲ୍ ରେକର୍ଡିଂ କରିବାକୁ କହିଲେ। ମୁଁ ପରେ କହିଲି ମୋତେ ଟଙ୍କା ଦରକାର ନାହିଁ।” ଏହି ଘଟଣା ପରେ ଅଟୋ ଚାଳକ ମାମଲା କରିଥିବା ବେଳେ, ପାଣ୍ଡେ କହିଛନ୍ତି ଯେ ମହିଳା ବିରୁଦ୍ଧରେ ଅଶ୍ଳୀଳ ଶବ୍ଦ ବ୍ୟବହାର କରିଥିଲେ। ସେ କହିଛନ୍ତି, “ଏହି କାରଣରୁ ମୁଁ ତାଙ୍କୁ ମାରିଥିଲି।”ମିର୍ଜାପୁର ପୋଲିସ କହିଛନ୍ତି ଯେ, ସେମାନେ ମାମଲା ରୁଜୁ କରି ତଦନ୍ତ ଚାଲାଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking