21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଖେଳାଳିଙ୍କ ପାଇଁ ପ୍ରଦର୍ଶନ- ଭିତ୍ତିକ ପରିବର୍ତ୍ତନଶୀଳ ଦରମା ଗଠନ ହେବ : ରିପୋର୍ଟ

ଖେଳାଳିଙ୍କ ପାଇଁ ପ୍ରଦର୍ଶନ- ଭିତ୍ତିକ ପରିବର୍ତ୍ତନଶୀଳ ଦରମା ଗଠନ ହେବ : ରିପୋର୍ଟ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ବିରୋଧରେ ଆରମ୍ଭ ହୋଇଥିବା ପାଞ୍ଚ ଟି ମ୍ୟାଚର ଟେଷ୍ଟ ସିରିଜର ପ୍ରଦର୍ଶନ ପାଇଁ
ବିସିସିଆଇ ଅଧିକାରୀମାନେ ଶନିବାର ଜାନୁଆରୀ ୧୧ ତାରିଖରେ ଏକ ବୈଠକ କରାଯାଇଥିଲା ଏହି ସମୀକ୍ଷା ବୈଠକରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକର ଉପସ୍ଥିତ ଥିଲେ । ମଙ୍ଗଳବାର ଦିନ ଏକ ରିପୋର୍ଟ ଅନୁସାରେ   , ସମୀକ୍ଷା ବୈଠକରେ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହା ହେଉଛି ଖେଳାଳିଙ୍କ ପାଇଁ ପ୍ରଦର୍ଶନ-ଆଧାରିତ ଉପରେ ।  ସୂଚନା ଅନୁସାରେ, ଏହି ପ୍ରସ୍ତାବକୁ ମାନ୍ୟତା ଦେବାର ମୂଳ ଉଦ୍ଦେଶ୍ୟ ହେଉଛି ଯେ, ଖେଳାଳିମାନେ ଅଧିକ “ଦାୟିତ୍ୱଶୀଳ” ହେବେ । ଆବଶ୍ୟକ ହେଲେ, ତାଙ୍କ ପ୍ରଦର୍ଶନକୁ ଭିତ୍ତି କରି ସେମାନଙ୍କ ଦରମା କମ କରାଯିବ । ଯଦି କୌଣସି ଖେଳାଳିଙ୍କ ପ୍ରଦର୍ଶନ ଆପେକ୍ଷାନୁସାରେ ଭଲ ନ କରନ୍ତି , ତେବେ ତାଙ୍କ ଦରମା ଉପରେ ପ୍ରଭାବ ପଡିବ । ଗତ ବର୍ଷ,ବିସିସିଆଇ ତାର ଟେଷ୍ଟ ଖେଳାଳିମାନଙ୍କ ପାଇଁ ଏକ ପ୍ରୋତ୍ସାହନ ପ୍ରଣାଳୀ ଆରମ୍ଭ କରିଥିଲା। ଯେଉଁ ଖେଳାଳିମାନେ ୨୦୨୨ -୨୩ ରୁ ଆରମ୍ଭ କରିଥିବେ ୫୦ % ରୁ ଅଧିକ ଟେଷ୍ଟରେ ଖେଳିଥାନ୍ତି, ସେମାନେ ପ୍ରତି ଖେଳ ପାଇଁ ୩୦ ଲକ୍ଷ ଟଙ୍କା ପାଇବେ। ଅତିକମରେ ୭୫ % ଖେଳରେ ଅଂଶଗ୍ରହଣ କରିଥିଲେ, ସେମାନଙ୍କୁ ପ୍ରତି ଖେଳ ପାଇଁ ୪୫ ଲକ୍ଷ ଟଙ୍କା ଦିଆଯିବ। ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ଏହାକୁ ନେଇ ଆଲୋଚନା କରିଥିଲେ ଯେ, କେତେକ ଖେଳାଳି ଟେଷ୍ଟ କ୍ରିକେଟକୁ କମ ଗୁରୁତ୍ୱ ଦେଉଛନ୍ତି ଏବଂ ଭଲ ପ୍ରଦର୍ଶନ କରୁନାହାନ୍ତି । ଭାରତ ଟେଷ୍ଟ ମ୍ୟାଚ୍ ହାରିଥିବା ବେଳେ ବର୍ତ୍ତମାନର ଖେଳାଳିମାନେ ଟିକିଏ ଉଦାସ ଥିଲେ କି ନାହିଁ ସେ ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ଅନେକ ଖେଳାଳି ଏହାକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।୨୦୨୪ -୨୫ ରେ, ଭାରତ କେବଳ ୧-୦  ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ତିନୋଟି ମ୍ୟାଚରେ ଜିତିବାରେ ସଫଳ ହୋଇଛି ଏବଂ ଇତିହାସରେ ପ୍ରଥମ ଥର ପାଇଁ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ହାରିଛି | ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨୯୫ ରନ ରେ ସିରିଜ୍ ଓପନ ରେ ଜିତି ୧-୦ ହାସଲ କରିଛି କିନ୍ତୁ ବାକି ଚାରୋଟି ମ୍ୟାଚ୍ ମଧ୍ୟରୁ ତିନୋଟିରେ ହାରି ଯାଇ ୧-୩ ସ୍କୋର କରିଥିଲା ଭାରତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking