ନୂଆଦିଲ୍ଲୀ : ଆଜି ବି ମନେ ପଡନ୍ତି ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ତାଙ୍କର ଅବଦାନ ଭାରତବର୍ଷ ପାଇଁ ଅତୁଳନୀୟ । ସେ ଥିଲେ ସାହସୀ , ଭୀରୁ । ବ୍ରିଟିଶ କାଳରେ ସେ ସେମାନଙ୍କୁ ଠିକ ଜବାବ ଦେଉଥିଲେ । ଏଥିପାଇଁ ସେ କେବେ ପଛଘୁଞ୍ଚା ଦେଉ ନଥିଲେ । ଇଟାର ଜବାବ ପଥରରେ ଦେଲା ପରି ସେ ବ୍ରିଟିଶ ମାନଙ୍କୁ କଥା କହି ଲୋକମାନଙ୍କ ଜୀବନ ବଞ୍ଚାଉଥିଲେ । କଟକରେ ଜନ୍ମିତ ଏହି ଯୋଧ୍ୟା ଓଡିଶା ମାଟିର ଅଗ୍ରଗଣ୍ୟ । ସେ ଜାନକୀ ଏବଂ ପ୍ରଭାତୀଙ୍କ ପୁତ୍ର ଥିଲେ ବି ସେ ବିଶ୍ୱର ନେତାଜୀ । ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ତାଙ୍କ ୧୪ ଜଣ ଭାଇ ଭଉଣୀ ଥିଲେ । ତନ୍ମ ମଧ୍ୟରୁ ନେତାଜୀ ୯ମ ସ୍ଥାନର ସନ୍ତାନ ଥିଲେ । ୧୯୦୯ ରେ ନେତାଜୀ ରେଭେନ୍ସା କଲିଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ୧୯୧୩ରେ ସେ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ସ୍ଥାନ ରଖିଥିଲେ । ମାଧ୍ୟମିକ ଶିକ୍ଷା ସମାପ୍ତ ପରେ କଲିକତା ପ୍ରେସିଡେନ୍ସି କଲେଜର ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢିଥିଲେ । କଲେଜରେ ପଢୁଥିବା ସମୟରେ ଅଧ୍ୟାପକଙ୍କ ଭାରତ ବିରୋଧୀ ମନ୍ତବ୍ୟ ତାଙ୍କୁ ଦେଶପ୍ରେମର ମୁଳଦୂଆ ପକାଇବାକୁ ବାଧ୍ୟ କରିଥିଲା । ଭାରତ ମନ୍ତବ୍ୟ ବିରୋଧରେ କ୍ଷୁବ୍ଧ ହୋଇ ଅଧ୍ୟାପକଙ୍କୁ ଦୁବ୍ୱ୍ୟବହାର କରିବାକୁ ପଛାଇ ନଥିଲେ । ଏଥିପାଇଁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ବହିଷ୍କୃତ କରାଯାଇଥିଲା । ତାପରେ ଉଚ୍ଚଶିକ୍ଷା ପାଇଁ ନେତାଜୀ ବିଲାତ ଗଲେ । ୧୯୨୦ ମସିହାରେ ଆଇସିଏସ ପରୀକ୍ଷାରେ ଉତ୍ତୀର୍ଣ ହୋଇ ତାଲିମ ନେଉଥିବା ବେଳେ ଭାରତରେ ଘଟିଥିଲା ଜାଲିୱାନା ୱାଲାବାଗ ହତ୍ୟାକାଣ୍ଡ । ନେତାଜୀ ଏହା ଶୁଣି ଅଧାରୁ ତାଲିମ ଛାଡି ସେ ଫେରି ଆସିଥିଲେ ଭାରତ ।