ଭୁବନେଶ୍ୱର : ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀ ତଥ୍ୟ ରଖିଛନ୍ତି । କହିଛନ୍ତି, ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ ଟନ ଧାନ କିଣା ହେଲାଣି । ୪ ଲକ୍ଷ ୯୯ ହଜାର ୭୮ ଚାଷୀଙ୍କୁ ମିଳିଛି ଟଙ୍କା ।ମୋହନ ସରକାର ୧୯୦୪ କୋଟିର ଇନପୁଟ ସବସିଡ ସହ ୭୩୭୯ କୋଟି ଦିଆଯାଇଛି । ଅନ୍ୟପଟେ ଯୋଗାଣ ଅଧିକାରୀଙ୍କୁ ଚେତାବନୀ ଦେଲେ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କାଯ୍ୟାନୁଷ୍ଠାନ ହେବ । ଦାୟିତ୍ୱରେ ଅବହେଳା ପାଇଁ ପାରାଦୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି । ମଣ୍ଡିରେ ପ୍ୟାଡି ଆନାଲାଇଜର ମେସିନ ଯଥେଷ୍ଟ ନାହିଁ । ଏବେ ଆନାଲାଇଜର ମେସିନ କମ ଅଛି । ଆଗକୁ ଅଧିକ ଆଣିବୁ ।