25.1 C
Bhubaneswar
Saturday, December 20, 2025
Homeଓଡିଶାବରଗଡ଼ ଧନୁଯାତ୍ରା ଅନୁଦାନ ୧ କୋଟି ଟଙ୍କାକୁ ବୃଦ୍ଧି

ବରଗଡ଼ ଧନୁଯାତ୍ରା ଅନୁଦାନ ୧ କୋଟି ଟଙ୍କାକୁ ବୃଦ୍ଧି

ବରଗଡ଼: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବରଗଡ଼ରେ ପହଞ୍ଚିବା ପରେ କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଧନୁଯାତ୍ରା ମହୋତ୍ସବ ପାଇଁ ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି କଂସ ମହାରାଜଙ୍କ ନିମନ୍ତ୍ରଣ ପାଇ ସେଠାକୁ ଯାଇଛନ୍ତି। ଏନେଇ ଖୁସିବ୍ୟକ୍ତ କରିଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ନିହାର ମହାନନ୍ଦ, ସନତ ଗଡତିଆ, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ତେଣେ ଆଜି ହେଉଛି ଯାତ୍ରାର ଦଶମ ଦିନ। ଧନୁଯାତ୍ରାରେ ସାମିଲ ହେବାକୁ ଆସିଥିବା କୃଷ୍ଣ-ବଳରାମ ମଥୁରା ନଗରୀ ପରିଭ୍ରମଣ କରୁଛନ୍ତି। ଏହି ଅବସରର ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ ଦୃଶ୍ୟ ମଧ୍ୟ ଅନୁଷ୍ଠିତ ହୋଇଛି। ସେପଟେ ମଥୁରା ନଗରୀରେ କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି କଂସ ମହାରାଜ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking