18.1 C
Bhubaneswar
Monday, February 9, 2026
Homeଖେଳମାଲେସିଆ ଓପନ୍‌: ସେମିରେ ହାରିଲେ ସାତ୍ତ୍ୱିକ୍‌-ଚିରାଗ

ମାଲେସିଆ ଓପନ୍‌: ସେମିରେ ହାରିଲେ ସାତ୍ତ୍ୱିକ୍‌-ଚିରାଗ

କ୍ୱାଲାଲମ୍ପୁର: ସାତ୍ତ୍ୱିକ୍‌ସାଇରାଜ ରାଙ୍କିରେଡ୍ଡୀ ଓ ଚିରଗ ସେଟ୍ଟୀଙ୍କ ଭାରତୀୟ ଶୀର୍ଷ ପୁରୁଷ ଯୋଡ଼ି ମାଲେସିଆ ସୁପର୍ ୧୦୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ସେମିଫାଇନାଲ୍‌ରେ ପରାଜିତ ହୋଇ ବାଦ୍ ପଡ଼ିଛନ୍ତି। ଶନିବାର ୪୦ ମିନିଟ୍ ଧରି ଚାଲିଥିବା ମ୍ୟାଚ୍‌ରେ କୋରିଆର କିମ୍ ୱୋନ୍ ହୋ ଏବଂ ସିୟୋ ସିୟୁଙ୍ଗ୍ ଜାଏ ୨୧-୧୦, ୨୧-୧୫ର ସିଧା ଗେମ୍‌ରେ ସାତ୍ତ୍ୱିକ୍‌-ଚିରାଗଙ୍କୁ ହରାଇ ଦେଇଛନ୍ତି। ଏସିଆନ୍ ଗେମ୍ସ ଚାମ୍ପିଅନ୍ ଭାରତୀୟ ଯୋଡ଼ି ପ୍ରଥମ ଗେମ୍‌ରେ ହିଁ ୬-୧୧ରେ ପଛରେ ପଡ଼ିଥିଲେ। ସମସ୍ତ ପ୍ରୟାସ ସତ୍ତ୍ୱେ ପ୍ରତ୍ୟାବର୍ତ୍ତନ କରିପାରି ନଥିଲେ ଏବଂ କୋରିଆ ଯୋଡ଼ି ୧୯ ମିନିଟ୍‌ରେ ପ୍ରଥମ ଗେମ୍ ଜିତିଥିଲା। ବ୍ରେକ୍ ପରେ ସାତ୍ତ୍ୱିକ-ଚିରାଗ ଉନ୍ନତ ପ୍ରଦର୍ଶନ କରି ଏକଦା ସ୍କୋର ୧୧-୮ରେ ପହଞ୍ଚାଇଥିଲେ। ତେବେ ଏହାପରେ ସେମାନେ ଲୟ ବଜାୟ ରଖିନପାରି ମ୍ୟାଚ୍ ହରାଇଥିଲେ। ଏବେ ଜାନୁଆରୀ ୧୪ରୁ ହେବାକୁ ଥିବା ଇଣ୍ଡିଆ ଓପନ୍ ସୁପର୍ ୭୫୦ ଟୁର୍ଣ୍ଣାମେଣ୍ଟ୍‌ରେ ଏହି ଭାରତୀୟ ଯୋଡ଼ି ଅଂଶଗ୍ରହଣ କରିବ। ଏହାର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ସେମାନଙ୍କ ମୁକାବିଲା ମାଲେସିଆର ୱେଇ ଚୋଙ୍ଗ୍ ମ୍ୟାନ୍ ଓ କେଇ ଉନ୍ ଟି’ଙ୍କ ସହ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking