କୋଚି : ସ୍କୁଲରେ ପଢୁଥିବା ସାଙ୍ଗ, କୋଚ, ପଡୋଶୀ ଏବଂ ସଂପର୍କୀୟ… ଯାହାକୁ ବିଶ୍ୱାସ କଲେ, ସେମାନେ ଦୁଷ୍କର୍ମ କଲେ । ଗତ ୪ ବର୍ଷ ମଧ୍ୟରେ ୬୪ ଜଣ ଲୋକ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଛନ୍ତି । ଆଉ ଏଥିଯୋଗୁଁ ନାବାଳିକା ମେଣ୍ଟାଲ ଟ୍ରମାକୁ ଚାଲିଯାଇଥିଲେ । ଶେଷରେ ୧୮ ବର୍ଷ ହେବା ପରେ ସାହସ ଦେଖାଇ ସ୍କୁଲ କାଉନସିଲିଂ ସାମ୍ନାରେ ନିଜ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାଟି କେରଳର ପଠନମଥିଟ୍ଟାରେ ଘଟିଛି । ତାଙ୍କର ଏପରି ଅଭିଯୋଗ ପରେ ଏବେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ନାବାଳିକା ଜଣକ କହିଛନ୍ତି, ପ୍ରଥମ ଥର ପାଇଁ ସ୍କୁଲରେ ପଢୁଥିବା ଜଣେ ପୁଅ ଯୌନ ଶୋଷଣ କରିଥିଲେ । ସେତେବେଳେ ବୟସ ମାତ୍ର ୧୩ ବର୍ଷ ହୋଇଥିଲା ।
ସ୍ପୋଟର୍ସ ଟିମରେ ସାମିଲ ହେବା ପରେ କୋଚ୍ ଭରସାର ବୋଲି ଭାବିଥିଲେ । ତାଙ୍କ ଉପରେ ଘଟିଥିବା କାହାଣୀକୁ କୋଚ୍କୁ କହିଥିଲେ । କିନ୍ତୁ କୋଚ୍ ବିଶ୍ୱାସଘାତକତା କରିଥିଲେ । କୋଚ୍ ସାହାଯ୍ୟ କରିବା ପରିବର୍ତ୍ତେ ଦୁଷ୍କର୍ମ କରିଥିଲେ । ଏହାପରେ ଏସବୁ ବିଷୟରେ ସଂପର୍କୀୟଙ୍କୁ ଜଣାଇଥିଲେ । ସେଠାରୁ ମଧ୍ ବିଶ୍ୱାସଘାତକତା ମିଳିଲା । ସଂପର୍କୀୟ ମଧ୍ୟ ସ୍କୁଲ ଏବଂ କୋଚ୍ ଭଳି କାମ କଲେ । ଏହାପରେ ସମସ୍ତଙ୍କ ଉପରୁ ତାଙ୍କ ବିଶ୍ୱାସ ତୁଟିଯାଇଥିଲା । ନାବାଳିକାଙ୍କ ମୁହଁରୁ ଏକଥା ଶୁଣିବା ପରେ ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି)ର ଅଭିଯୋଗ ପରେ ପଠନମଥିଟ୍ଟା ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଦସ୍ୟ ଜଣକ ପୀଡ଼ିତାଙ୍କ ଘରେ ପହଞ୍ଚିବା ପରେ ସେ ୪ ବର୍ଷ ଧରି ଅନୁଭବ କରିଥିବା ଭୟଙ୍କର କଥା ବର୍ଣ୍ଣନା କରିଥିଲା।
ସିଡବ୍ଲୁସିର ହସ୍ତକ୍ଷେପ ପରେ ପୀଡ଼ିତା ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ପଡ଼ୋଶୀ ତାଙ୍କ ସହିତ ମାତ୍ର ୧୩ ବର୍ଷ ବୟସରେ ନିର୍ଯାତନା ଆରମ୍ଭ କରିଥିଲେ । ସେ ବର୍ତ୍ତମାନ ୧୮ ବର୍ଷ ବୟସର । ସ୍କୁଲରେ କ୍ରୀଡାରେ ସକ୍ରିୟ ଥିବାରୁ ତାଲିମ ଅଧିବେଶନ ସମୟରେ ମଧ୍ୟ ସେ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ପଠନମଥିଟ୍ଟା ଜିଲ୍ଲାରେ ଯୌନ ଶୋଷଣ ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୬୫ ଲୋକଙ୍କୁ ଗିରଫ କରିଛି । ଆଉ କେତେ ଜଣ ବାକି ଅଛନ୍ତି ବୋଲି ପୋଲିସ କହିଛି ।