ଭୁବନେଶ୍ୱର: ରାଜଭବନରୁ ବାହାରିଲେ ରାଷ୍ଟ୍ରପତି । ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ମହାମହିମ ରାଜ୍ୟପାଳ ଡକ୍ଟର ହରିବାରୁ କମ୍ଭମପତି , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା , ବୈଦେଶିକ ବ୍ୟାପାର ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଏସ ଜୟଶଙ୍କର ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏହି ଅବସରରେ କେନ୍ଦ୍ର ଏବଂ ରାଜ୍ୟର ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ପ୍ରବାସୀଙ୍କୁ ସମ୍ମାନିତ କରିବେ ମହାମହିମ । ଗ୍ୟାଲେରୀର ବିଭିନ୍ନ ଷ୍ଟଲ ବୁଲି ଦେଖୁଛନ୍ତି ମହାମହିମ ରାଷ୍ଟ୍ରପତି ।