25.1 C
Bhubaneswar
Thursday, March 5, 2026
Homeଓଡିଶାରମାଦେବୀ ଛାତ୍ରୀଙ୍କୁ ତାଗିଦ ନୋଟିସ

ରମାଦେବୀ ଛାତ୍ରୀଙ୍କୁ ତାଗିଦ ନୋଟିସ

ଭୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି) ଶୋଭାଯାତ୍ରାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ସାମିଲ ହୋଇଥିଲେ। ଏହି ଖବର ଜାଣିବା ପରେ ପିଜି କାଉନସିଲ ଅଧ୍ୟକ୍ଷ ଛାତ୍ରୀମାନଙ୍କୁ ତାଗିଦ କରିଛନ୍ତି। ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶରେ ପିଜି କାଉନସିଲ ପକ୍ଷରୁ ଛାତ୍ରୀମାନଙ୍କୁ ନୋଟିସ ଜାରି କରାଯାଇଛି। କ୍ଲାସ ସମୟରେ ଛାତ୍ରୀମାନେ ବାହାରେ ବୁଲିବା ଆଇନ ବିରୋଧୀ କାମ। ଯଦି ଭବିଷ୍ୟତରେ ସେମାନେ ଏହାର ପୁଣି ପୁନରାବୃତ୍ତି କରନ୍ତି ତାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହାସହିତ ଏଚଓଡି ଏବଂ କୋଅର୍ଡିନେଟର ଛାତ୍ରୀମାନଙ୍କୁ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ଦିଆଯିବା ନେଇ ନୋଟିସରେ ଉଲ୍ଲେଖ କରାଯାଇଛି।

ବିଜେଡି ଶୋଭାଯାତ୍ରାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ସାମିଲ ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ଜାରି ହୋଇଥିବା ନୋଟିସରେ ଦର୍ଶାଯାଇଛି ଯେ କ୍ଲାସ ସମୟରେ ଛାତ୍ରୀମାନେ କ୍ୟାମ୍ପସ ବାହାରେ ବୁଲୁଥିବା ଦେଖାଯାଉଛି ଏବଂ କ୍ଲାସ ସମୟରେ କ୍ୟାମ୍ପସ ବାହାରକୁ ଯାଇ ଅଣସ୍ୱୀକୃତ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଛନ୍ତି। ସେମାନେ କିଭଳି ନିୟମିତ କ୍ଲାସରେ ଯୋଗଦେବେ ଏବଂ ପାଠପଢା ସମ୍ପର୍କିତ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାମରେ ନିଜକୁ ନିୟୋଜିତ ନକରିବେ ସେଥିପାଇଁ ସେମାନଙ୍କୁ ପରାମର୍ଶ ଦେବାକୁ ଏଚଓଡି ଏବଂ କୋଅର୍ଡିନେଟରମାନଙ୍କୁ ଅନୁରୋଧ କରାଯାଇଛି। ଭବିଷ୍ୟତରେ ଯଦି ଛାତ୍ରଛାତ୍ରୀମାନେ ଅଣସ୍ୱୀକୃତ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିବା ଦେଖାଯାଏ ତାହେଲେ ସେମାନଙ୍କ ଵିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଗିଦ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking