36.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶଇସ୍ରାଏଲ-ତୁର୍କୀ ଯୁଦ୍ଧ ଆଶଙ୍କା ବଢ଼ିଲା

ଇସ୍ରାଏଲ-ତୁର୍କୀ ଯୁଦ୍ଧ ଆଶଙ୍କା ବଢ଼ିଲା

ତେଲ ଅଭିବ: ଗାଜା ଏବଂ ଲେବାନନ ପରେ ଇସ୍ରାଏଲ ଏବେ ତୁର୍କୀ ସହ ଏକ ନୂଆ ଯୁଦ୍ଧ ଲଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଆକ୍ରମଣକୁ ନେଇ ତୁର୍କୀ ବିଷୋଦ୍‌ଗାର କରିବା ସହ ହମାସ ଗୋଷ୍ଠୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲା। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ବୃଦ୍ଧିପାଇଥିଲା। ଏବେ କିନ୍ତୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ରିପୋର୍ଟ ଅନୁସାରେ ସିରିଆରେ ତୁର୍କୀ ସମର୍ôଥତ ଏଚ୍‌ଟିଏସ୍ ବାହିନୀ ସେଠାକାର ବିଦ୍ରୋହୀଙ୍କୁ କାବୁ କରିବା ପରେ ବର୍ତ୍ତମାନ ତୁର୍କୀ ସୈନ୍ୟଙ୍କ ସଂଖ୍ୟା ସିରିଆରେ ରଣନୀତିଗତ ଭାବରେ ବୃଦ୍ଧି ହେବାରେ ଲାଗିଛି। ତୁର୍କୀ ସୈନ୍ୟ ଏବଂ ତାଙ୍କର ସହାୟକ ଗୋଷ୍ଠୀ ସିରିଆରେ କୁର୍ଦ୍ଦମାନଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି।

ଅନ୍ୟପକ୍ଷେ କୁର୍ଦ୍ଦମାନେ ଏବେ ଇସ୍ରାଏଲ୍ ଠାରୁ ସାହାଯ୍ୟ ଲୋଡିଛନ୍ତି। ଆମେରିକା ମଧ୍ୟ କୁର୍ଦ୍ଦ ଯୋଦ୍ଧାଙ୍କୁ ସହାୟତା ଉଦ୍ଦେଶ୍ୟରେ ପ୍ରାୟ ୨୦୦୦ ସୈନ୍ୟଙ୍କୁ ସେଠାରେ ମୁତୟନ କରିସାରିଛି। ଇସ୍ରାଏଲ୍‌କୁ ସବୁ ପ୍ରସଙ୍ଗରେ ସମର୍ଥନ କରିଆସୁଥିବା ଆମେରିକା ମଧ୍ୟ ଏବେ କୁର୍ଦ୍ଦ ଲଢ଼ୁଆ ଯୋଦ୍ଧାଙ୍କୁ ତୁର୍କୀ ସେନା ବିରୋଧରେ ସୁରକ୍ଷା ଦେବାକୁ ଇସ୍ରାଏଲ୍‌କୁ କହିସାରିଛି। ସିରିଆର ସଙ୍କଟଜନକ ସ୍ଥିତି ପରେ ଇସ୍ରାଏଲ୍‌-ତୁର୍କୀ ମଧ୍ୟରେ ପ୍ରତ୍ୟକ୍ଷ ସାମରିକ ବିବାଦର ବିପଦ ସୃଷ୍ଟି ହେବାରେ ଲାଗିଛି। ବିଶେଷକରି ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏର୍ଡୋଗାନ୍ ଇସ୍ରାଏଲ ବିରୋଧୀ ବିବୃତି ଦେଇ ନିଜ ଦେଶରେ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି କରୁଛନ୍ତି।

ନିକଟରେ ଏର୍ଡୋଗାନ୍ ଯେ, କୁର୍ଦ୍ଦମାନେ ଦେଶର ସୁରକ୍ଷା ପାଇଁ ବିପଦ କାରଣ ସେମାନେ ଏକ ପୃଥକ ଦେଶ ଗଠନ କରିବାକୁ ଚାହୁଁଛନ୍ତି। ଏଥିରେ ତୁର୍କୀ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ କରିବାର ଯୋଜନା ଅଛି। ତୁର୍କୀ କିନ୍ତୁ ନିଜ ସାର୍ବଭୌମତ୍ୱ ସୁରକ୍ଷା ପାଇଁ ଯାହାକିଛି ଆବଶ୍ୟକ ସେସବୁ କରିବ। ସିରିଆର କୁର୍ଦ୍ଦମାନଙ୍କ ସହ ଇସ୍ରାଏଲର ଗୁପ୍ତ ବନ୍ଧୁତା ରହିଛି। କୁର୍ଦ୍ଦମାନଙ୍କ ସାହାଯ୍ୟକାରୀ ସାଜିଥିବା ଇସ୍ର୍ରାଏଲ୍‌କୁ ତୁର୍କୀ ଏକ ଉପଯୁକ୍ତ ଉତ୍ତର ଦେଇପାରେ। ପ୍ରକାଶ, ବଶର ଅଲ-ଅସଦ ସରକାରଙ୍କ ପତନ ପରେ ତୁର୍କୀ ସିରିଆରେ ଏକ ବଡ଼ ସୁଯୋଗ ଦେଖୁଛି। ବଶର ଅଲ-ଅସଦ ଦେଶ ଛାଡି ପଳାଇବା ପରେ ସିରିଆରେ ତୁର୍କୀର ପ୍ରଭାବ ବଢ଼ିବାରେ ଲାଗିଛି। ତୁର୍କୀ ସମର୍ôଥତ ଏଚ୍‌ଟିଏସ ବିଦ୍ରୋହୀ ସିରିଆକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏବେ ତୁର୍କୀ ସୈନିକଙ୍କ ସହିତ ଅସ୍ତ୍ରଶସ୍ତ୍ର ସିରିଆରେ ପ୍ରବେଶ କରୁଛି। ଫଳରେ ଇସ୍ରାଏଲ୍ ଏବଂ ତୁର୍କୀ ମୁହାଁମୁହିଁ ହେବାରେ ଲାଗିଛନ୍ତି। ଆଗକୁ ଏହା ଦୁଇ ଦେଶ ମଧ୍ୟରେ ଯୁଦ୍ଧର ରୂପ ନେବା ଆଶଙ୍କାକୁ ବହୁଗୁଣିତ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking