24.1 C
Bhubaneswar
Friday, March 20, 2026
Homeଦେଶ ବିଦେଶମାଡି ଆସୁଛି ଭୟଙ୍କର ବରଫ ଝଡ଼

ମାଡି ଆସୁଛି ଭୟଙ୍କର ବରଫ ଝଡ଼

ଓ୍ବାଶିଂଟନ୍‌: ପ୍ରବଳ ଥଣ୍ଡା ସାଙ୍ଗକୁ ବରଫ ଝଡ଼ ଆମେରିକାବାସୀଙ୍କୁ କଲବଲ କରୁଛି। ଚାରିଆଡେ ଜୁଆଡେ ଦେଖିବ ବରଫ ହିଁ ବରଫ। ଘର, ରାସ୍ତାଘାଟ ଉପରେ ବରଫର ବହଳ ଆସ୍ତରଣ ଜମି ରହିଛି। ଏପରି କି ଟ୍ରକ, ବସ୍‌, କାର୍‌ ଆଦି ଗାଡ଼ି ବରଫ ତଳେ ପୋତି ହୋଇ ରହିଛି। ଫଳରେ କେତେକ ଅଞ୍ଚଳ ବାହ୍ୟଜଗତରୁ ପ୍ରାୟ ବିଛିନ୍ନ ହୋଇଯାଇଛି। ଆମେରିକାରେ ଚଳିତ ବର୍ଷ ଥଣ୍ଡା ରେକର୍ଡ ଭାଙ୍ଗିଛି। ଏପରିକି ଆଗାମୀ ଦିନରେ ଆମେରିକାରେ ଶୀତକାଳୀନ ଝଡ଼ ଆଶଙ୍କା ଦେଖାଦେଇଛି। ଯାହାକି ସବୁଠାରୁ ଭୟଙ୍କର ଝଡ଼ ବୋଲି ଅନୁମାନ କରାଯାଉଛି। ଏନେଇ ଆମେରିକାର ଅଧିକାଂଶ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।  ଆମେରିକାର ବିଭିନ୍ନ ରାଜ୍ୟରେ ଘନ କୁହୁଡ଼ି ଯୋଗୁ ଶୂନ ଦୃଶ୍ୟମାନ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ପ୍ରବଳ ତୁଷାରପାତ ଏବଂ ଥଣ୍ଡା ପବନ ଯୋଗୁ ଲୋକଙ୍କୁ ଘରୁ ବାହାରିବା ମସକିଲ୍‌ ହୋଇପଡିଛି।

ଲୋକେ ଦିନ ଏବଂ ରାତି ହିଟର ଜାଳି ବସି ରହୁଛନ୍ତି। ଏପରିକି ଘନ କୁହୁଡ଼ି ଯୋଗୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଆମେରିକାର କାନସାସ, ପଶ୍ଚିମ ନେବରାସ୍କା ଏବଂ ଇଣ୍ଡିଆନା ଆଦି ସହରର ପ୍ରମୁଖ ରାସ୍ତାରେ ବରଫର ଆସ୍ତରଣ ଜମି ରହିଛି। ଫସି ରହିଥିବା ଗାଡି ଚାଳକଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି । ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଏବଂ ମଙ୍ଗଳବାର ରାଜ୍ୟର ବଭିନ୍ନ ସହରରେ ଶୀତ ଝଡ଼ ପାଇଁ ସତର୍କ ଜାରି କରାଯାଇଛି। ଅନ୍ୟପକ୍ଷେ ମିସୋରୀ ଓ ଆରକାନ୍ସ ସହର ପାଇଁ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ଶକ୍ତିଶାଳୀ ଶୀତ ଝଡ଼ କେନ୍ଦ୍ରୀୟ ଆମେରିକାରେ ଆରମ୍ଭ ହୋଇ ଆଗାମୀ କିଛି ଦିନ ମଧ୍ୟରେ ପୂର୍ବ ଦିଗକୁ ଗତି କରିବ । ଏହି ସମୟରେ ୪୦ ମାଇଲ ବେଗରେ ଶୀତୁଆ ପବନ ବହିବ ଆଶଙ୍କା ରହିଛି। ଭୟଙ୍କର ଝଡ଼ ଦ୍ୱାରା ୬୩ ମିଲିୟନରୁ ଅଧିକ ଲୋକ ପ୍ରଭାବିତ ହେବା ଆଶଙ୍କା ବ୍ୟକ୍ତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking