18.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶସ୍ତ୍ରୀ ନିର୍ଯାନତାର ଶିକାର ସ୍ୱାମୀ ହାରିଲେ ପ୍ରାଣ

ସ୍ତ୍ରୀ ନିର୍ଯାନତାର ଶିକାର ସ୍ୱାମୀ ହାରିଲେ ପ୍ରାଣ

ହମିରପୁର: ଗୋଟାଏ ପରେ ଗୋଟାଏ ସ୍ୱାମୀ ପ୍ରାଣ ହରାଇବାରେ ଲାଗିଛନ୍ତି । ତା’ପୁଣି ଘରୋଇ କଳି ବିଶେଷ କରି ସ୍ତ୍ରୀ ନିର୍ଯାତନା ପାଇଁ । ୭ ଜନ୍ମର ସାଥୀ ହେବା ଲାଗି ହାତ ଧରିଥିବା ସ୍ତ୍ରୀ ସ୍ୱାମୀମାନଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଛନ୍ତି । ବେଙ୍ଗାଲୁରୁର ଅତୁଲ ସୁଭାଷ, ଦିଲ୍ଲୀର ପୁନିତ ଖୁରାନାଙ୍କ ପରେ ଉତ୍ତର ପ୍ରଦେଶରେ ଆଜଜଣେ ସ୍ୱାମୀ ପତ୍ନୀ ଏବଂ ଶାଶୁ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ପ୍ରାଣ ହାରିବା ପୂର୍ବରୁ ବ୍ୟକ୍ତିଜଣକ ୧ ମିନିଟର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ପ୍ରେମ ଆଜି ଏ ସ୍ଥିତିରେ ପହଞ୍ଚିଛି, ଯେଉଁଠି ପଣତ ଖାଲି ହେବାକୁଯାଉଛି… ମୋ ପୁଅ ଓ ଝିଅକୁ ମୋ ଭଉଣୀଙ୍କୁ ଦେଇଦବ । ଶଳାର କିଛି ଭୁଲ୍ ନାହିଁ ତାକୁ ଛାଡ଼ିଦେବ । ହେଲେ ମୋ ସ୍ତ୍ରୀ ଓ ଶାଶୁଙ୍କୁ କଠୋରରୁ ଅତି କୋଠର ଦଣ୍ଡ ଦେବ । ମୁଁ ଆଉ କିଛି କହିବାକୁ ଚାହୁଁନାହିଁ । ଉତ୍ତର ପ୍ରଦେଶ ହମିରପୁରର ଏ ଯୁବକ ବିଷ ଖାଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking