26.1 C
Bhubaneswar
Friday, March 27, 2026
Homeଓଡିଶାଧାଡି ଦର୍ଶନ ବ୍ୟବସ୍ଥା : ଚାଲିଛି କାଠ ରାମ୍ପ କାମ

ଧାଡି ଦର୍ଶନ ବ୍ୟବସ୍ଥା : ଚାଲିଛି କାଠ ରାମ୍ପ କାମ

ପୁରୀ : ଭିଡ ନିୟନ୍ତ୍ରଣ ଓ  ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇଁ   ନାଟମଣ୍ଡପରେ   ଆରମ୍ଭ ହେବାକୁ ଯାଉଛି ।  ଧାଡି ଦର୍ଶନ ବ୍ୟବସ୍ଥା । ଚଳିତ ମାସ ୨୦ ତାରିଖ ପରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଉଛି । ସେପଟେ ଏହି ନୂଆ ବ୍ୟବସ୍ଥା ପୂର୍ବରୁ ଭୁବନେଶ୍ବରରେ କାଠରାମ୍ପ୍ ନିର୍ମାଣ ଚାଲିଛି । ନାଟମଣ୍ଡପର ନୂଆ ଧାଡ଼ିଦର୍ଶନ ବ୍ୟବସ୍ଥାରେ ଭକ୍ତମାନେ ସାତପାହାଚଠାରୁ ନାଟମଣ୍ଡପରେ ପ୍ରବେଶ ପରେ ଗରୁଡ଼ସ୍ତମ୍ଭଙ୍କୁ ମୁଣ୍ଡିଆ ମାରି ହୁଣ୍ଡି ଥିବା ସ୍ଥାନରୁ ଧାଡ଼ିରେ ପ୍ରବେଶ କରିବେ। ଭକ୍ତଙ୍କ ପାଇଁ ୬ଟି ଧାଡ଼ି କରାଯିବ । ପ୍ରଥମ ତିନିଧାଡ଼ି ମହିଳା, ବୃଦ୍ଧବୃଦ୍ଧା, ଶିଶୁ ଆଦିଙ୍କ ପାଇଁ ରହିବ। ଅବଶିଷ୍ଟ ତିନିଧାଡ଼ି ପୁରୁଷଙ୍କ ପାଇଁ ରହିବ । ପ୍ରତି କାଠରାମ୍ପ୍‌ର ଉଚ୍ଚତା ଅନ୍ୟଠାରୁ ୪ ଇଞ୍ଚ ଉଚ୍ଚରେ ରହିବ । ସେହି ଅନୁସାରେ ଆଗରେ ଭକ୍ତମାନେ ରହିଲେ ବି କାଠରାମ୍ପ୍‌ରେ ଯାଉଥିବା ଭକ୍ତ ମହାପ୍ରଭୁଙ୍କୁ ଦର୍ଶନରେ କୌଣସି ଅସୁବିଧା ହେବନି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking