20.1 C
Bhubaneswar
Wednesday, January 8, 2025
Homeଓଡିଶାଦକ୍ଷିଣ ଓଡିଶା  ବିକାଶ ପରିଷଦ : ୭ ଜିଲ୍ଲାର ସବୁ ବ୍ଲକ ହେବେ ସାମିଲ

ଦକ୍ଷିଣ ଓଡିଶା  ବିକାଶ ପରିଷଦ : ୭ ଜିଲ୍ଲାର ସବୁ ବ୍ଲକ ହେବେ ସାମିଲ

୭ଟି ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡିଶା  ବିକାଶ ପରିଷଦ । ଟାସ୍କଫୋର୍ସ କମିଟିର ପ୍ରଥମ ବୈଠକରେ ନିଆଯାଇଛି ନିଷ୍ପତ୍ତି । କୋରାପୁଟ , ମାଲକାନଗିରି , ଗଞ୍ଜାମ , ଗଜପତି , କନ୍ଧମାଳ , ରାୟଗଡା ଓ ନବରଙ୍ଗପୁର ଜିଲ୍ଲାକୁ ନେଇ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ହେବ । ଏହା ସହ ଷ୍ଟେଚ୍ୟୁଟାରୀ କମିଟି ଗଠନ କରିବାକୁ ମଧ୍ୟ ଟାସ୍କଫୋର୍ସ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଦକ୍ଷିଣ ଓଡିଶାର ବିକାଶ ପରିଷଦ ଗଠନ ନେଇ ପ୍ରାରମ୍ଭିକ ରୂପରେ ପ୍ରସ୍ତୁତ କରାଯାଇଛି । ଏନେଇ ବିଧାୟକ ଓ ସାଂସଦ ମାନେ ମତାମତ ଦେଇଛନ୍ତି । େଉଁମାନେ ସାମିଲ ହୋଇନାହାଁନ୍ତି ସେମାନଙ୍କ  ପରବର୍ତ୍ତୀ ସମୟରେ ମଧ୍ୟ ସୀମିଲ କରାଯିବ  ବୋଲି ଆଲୋଚନା ହୋଇଛି । ଦକ୍ଷିଣ ଓଡିଶାର ବିକାଶରେ ଏହି ପରିଷଦ ବିକାଶ ହେବ ବୋଲି  କହିଛନ୍ତି ଟାସ୍କ ଫୋର୍ସ ଅଧ୍ୟକ୍ଷ ତଥା ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking