27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶନୂଆବର୍ଷରେ ସୁଇଜରଲ୍ୟାଣ୍ଡରେ ଲାଗୁ ହେଲା ନୂଆ ନିୟମ; ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧି ପାରିବେନି ମହିଳା

ନୂଆବର୍ଷରେ ସୁଇଜରଲ୍ୟାଣ୍ଡରେ ଲାଗୁ ହେଲା ନୂଆ ନିୟମ; ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧି ପାରିବେନି ମହିଳା

ନୂଆଦିଲ୍ଲୀ : ନୂଆବର୍ଷରେ ଆସିଲା ନୂଆ ନିୟମ। ସର୍ବସାଧାରଣ ସ୍ଥାନରେ ପିନ୍ଧି ପାରିବେନି ବୁର୍ଖା କି ହିଜାବ। ଢାଙ୍କି ପାରିବେନି ମୁହଁ। କଟକଣା ଲଗାଇଲେ ସରକାର। ନିୟମ ନମାନିଲେ ଗଣିବେ ମୋଟା ଅଙ୍କର ଜରିମାନା। କେଉଁଠାରେ ଲାଗୁ ହୋଇଛି ନିୟମ ? ନୂଆବର୍ଷର ପ୍ରଥମ ଦିନରୁ ସୁଇଜରଲ୍ୟାଣ୍ଡରେ ଲାଗୁ ହେଲା ନୂଆ ନିୟମ। ଏବେ ସର୍ବସାଧାରଣ ସ୍ଥାନରେ ମହିଳାମାନେ ଢାଙ୍କି ପାରିବେନି ମୁହଁ। ବୁର୍ଖା ଏବଂ ହିଜାବ୍‌? ପରିଧାନ ଉପରେ କଟକଣା ଲଗାଇଲେ ସରକାର। ଆଇନ ଅନୁସାରେ ବୁର୍ଖା କିମ୍ବା ଅନ୍ୟ କୌଣସି ମାଧ୍ୟମରେ ମୁହଁ ଢାଙ୍କିବା ଲାଗି ମନା ହୋଇଛି। କେବଳ ସେତିକି ନୁହେଁ ଆଇନ ଉଲ୍ଲଂଘନ କଲେ ମୋଟା ଅଙ୍କର ତଣ୍ଡ ଗଣିବେ।

୯୬ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ରାଷ୍ଟ୍ରବ୍ୟାପୀ ଜନମତ ସଂଗ୍ରହ ମାଧ୍ୟମରେ ଏହି ଆଇନ ପାରିତ ହୋଇଛି। ବୁର୍ଖା ବ୍ୟାନ୍ ପାଇଁ ୨୦୨୧ରେ ସୁଇଜରଲ୍ୟାଣ୍ଡରେ ଜନମତ ସଂଗ୍ରହ କରାଯାଇଥିଲା। ଏଥିରେ ୫୧.୨୧% ନାଗରିକ ବୁର୍ଖା ବ୍ୟାନ୍ ସପକ୍ଷରେ ଭୋଟ ଦେଇଥିଲେ। ଏହା ପରେ ବୁର୍ଖା ବ୍ୟାନ୍ ଲାଗି ଆଇନ ଅଣାଯାଇଥିଲା। ଏପରି କରିବାରେ ସୁଇଜରଲ୍ୟାଣ୍ଡ ୭ମ ୟୁରୋପୀୟ ଦେଶ ହୋଇଛି। ପୂର୍ବରୁ ବେଲ୍‌ଜିୟମ, ଫ୍ରାନ୍ସ, ଡେନ୍‌ମାର୍କ, ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ ଏବଂ ବୁଲ୍‌ଗେରିଆ ଏହି ଆଇନ ଆଣିସାରିଛନ୍ତି। ବିଶେଷକରି ମୁସଲମାନ ମହିଳାମାନେ ବୁର୍ଖା, ହିଜାବ ପରିଧାନ କରିଥାନ୍ତି। ଏହି ଆଇନ ଅନୁସାରେ ସେମାନେ ସର୍ବସାଧାରଣ ସ୍ଥାନ ଯେପରି ସରକାରୀ ଅଫିସ୍‌, ସରକାରୀ ଯାନବାହନ, ରେସ୍ତୋରାଁ, ଦୋକାନ ଆଦି ସ୍ଥାନରେ ନିଜ ମୁହଁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ପାରିବେ ନାହିଁ । ତେବେ ବିମାନ ଯାତ୍ରା, ରାଜନୈତିକ କିମ୍ୱା ବାଣିଜ୍ୟିକ ଦୂତାବାସ ପରିସରରେ ମୁହଁ ଢାଙ୍କିବାକୁ ଅନୁମତି ମିଳିବ। ଏତଦ୍ ବ୍ୟତୀତ ଧାର୍ମାନୁଷ୍ଠାନ ଏବଂ ଅନ୍ୟ ପବିତ୍ର ସ୍ଥାନରେ ମହିଳାମାନେ ମୁହଁ ଢାଙ୍କିପାରିବେ। ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଉଦ୍ଦେଶ୍ୟରେ ପାରମ୍ପରିକ ରୀତି-ନୀତି ପାଇଁ କିମ୍ବା ପାଣିପାଗ ପାଇଁ ମୁହଁ ଢାଙ୍କି ପାରିବେ। ବିଜ୍ଞାପନ ପାଇଁ ଘୋଡାଇବା ପାଇଁ ଅନୁମତି ମିଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking