30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଇସ୍ରାଏଲ ଉପରେ ୟେମେନର କ୍ଷେପଣାସ୍ତ୍ର ମାଡ଼

ଇସ୍ରାଏଲ ଉପରେ ୟେମେନର କ୍ଷେପଣାସ୍ତ୍ର ମାଡ଼

ଜେରୁଜେଲମ୍‌: ମଧ୍ୟପ୍ରାଚ୍ୟରେ ଅଶାନ୍ତ ତଥା ଯୁଦ୍ଧର ପରିବେଶ ରହିଥିବା ବେଳେ ୟେମେନ ସେନା ଅପ୍ରତ୍ୟାଶିତ ଭାବେ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଇସ୍ରାଏଲର ବିମାନବନ୍ଦର ଏବଂ ପାୱାର ଷ୍ଟେସନ ଉପରେ ମିସାଇଲ ମାଡ କରିଛି ୟେମେନ୍ ସେନା। ଅପରପକ୍ଷେ ଇସ୍ରାଏଲ ସେନାବାହିନୀ ଆଇଡଏଫ୍ ଦାବି କରିଛି ଯେ, ୟେମେନ ସେନା ପକ୍ଷରୁ ନିକ୍ଷେପ କରାଯାଇଥିବା ମିସାଇଲଗୁଡ଼ିକୁ ସେମାନେ ଗୁଳିକରି ଖସାଇ ଦେଇଛନ୍ତି। ଇସ୍ରାଏଲ ସେନା କହିଛି ଯେ, ଇସ୍ରାଏଲ ଆକାଶ ସୀମାରେ ପ୍ରବେଶ କରିବା ପୂର୍ବରୁ ମିଶାଇଲଗୁଡ଼ିକୁ ନଷ୍ଟ କରିଦିଆଯାଇଛି। ସେହିପରି ୟେମେନରୁ ଇସ୍ରାଏଲ ଉପରକୁ ନିକ୍ଷେପ କରାଯାଇ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ମଧ୍ୟ ଇସ୍ରାଏଲ ବାୟୁସେନା ପ୍ରତିରୋଧ କରିବାରେ ସଫଳ ହୋଇଛି। ପ୍ରକାଶ, ଗତ ଦୁଇ ସପ୍ତାହରୁ ମଧ୍ୟ କମ୍ ସମୟ ମଧ୍ୟରେ ଏହା ହେଉଛି ୭ମ ରାତ୍ର ଆକ୍ରମଣ। ଇସ୍ରାଏଲ ଆକାଶମାର୍ଗରେ ପ୍ରବେଶ କରିବା ପୂର୍ବରୁ ଏହି କ୍ଷେପଣାସ୍ତ୍ରକୁ ଅଟକାଇ ଦିଆଯାଇଥିଲା ଏବଂ ରାତି ୧୧ଟା ପରେ ଦେଶର କେନ୍ଦ୍ରରେ ସାଇରନ୍ ବାଜିବା ପରେ ଭଗ୍ନାବଶେଷ ପଡ଼ିବାର ଆଶଙ୍କା ରହିଛି ବୋଲି ସେନା କହିଛି। ଏସବୁ ମଧ୍ୟରେ ଇସ୍ରାଏଲ୍ ସରକାରଙ୍କ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ଯେଉଁଥିରେ ଜେରୁଜେଲମ୍ ନିକଟ ବେତ ଶେମେଶରେ ୟେମେନ୍ ମାଡ଼ କରିଥିବା ମିସାଇଲଗୁଡ଼ିକର ଭଗ୍ନାବଶେଷ ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଏହି ଆକ୍ରମଣ ପରେ ତେଲ ଅଭିଭର ବେନ୍ ଗୁରିଅନ୍ ବିମାନବନ୍ଦରରୁ ଉଡ଼ାଣ ଏବଂ ଅବତରଣ ସାମୟିକ ଭାବେ ବନ୍ଦ କରିଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking