28.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶହସ୍ପିଟାଲରେ ଭର୍ତ୍ତି ହେଲେ ବେଞ୍ଜାମିନ ନେତାନ୍ୟାହୁ

ହସ୍ପିଟାଲରେ ଭର୍ତ୍ତି ହେଲେ ବେଞ୍ଜାମିନ ନେତାନ୍ୟାହୁ

ଜେରୁଜେଲମ୍‌: ମୂତ୍ରନଳୀ ସଂକ୍ରମିତ ହୋଇପଡିଥିବା ୭୫ ବର୍ଷୀୟ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କ ଠାରେ ପ୍ରୋଷ୍ଟେଟ ସର୍ଜରୀ କରାଯିବାର ଆବଶ୍ୟକତା ଥିବା ଚିକିତ୍ସକ ଦଳ ମତ ଦେଇଥିଲେ। ତେବେ ଏନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଠାରେ ହୋଇଥିବା ଅସ୍ତ୍ରୋପଚାର ପ୍ରକ୍ରିୟା ସଫଳ ହୋଇଥିବା ସୂଚନା ମଳିିଛି। ନେତାନ୍ୟାହୁ ଆଉ କିଛି ଦିନ ଡାକ୍ତରଖାନାରେ ରହିବେ ବୋଲି ଚିକିିତ୍ସକ ଟିମ୍ କହିଛନ୍ତି। ତେବେ ନେତାନ୍ୟାହୁଙ୍କ ଅନୁପସ୍ଥିତିରେ ତାଙ୍କ ଘନିଷ୍ଠ ସହଯୋଗୀ ୟାରିଭ ଲେଭିନ୍ (ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ), କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବେ। ପ୍ରକାଶ, ନିକଟ ଅତୀତରେ ନେତାନ୍ୟାହୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କ୍ରମାଗତ ଭାବରେ ଯୁଦ୍ଧ ଲଢ଼ୁଥିବା ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିବାରୁ ନେତାନ୍ୟାହୁ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେଉନଥିବା ତାଙ୍କ ନିକଟ ସମ୍ପର୍କୀୟମାନେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking