28.1 C
Bhubaneswar
Monday, May 4, 2026
Homeଦେଶ ବିଦେଶୱାୟନାଡ଼ରେ ୨ଜଣଙ୍କ ଆତ୍ମହତ୍ୟା

ୱାୟନାଡ଼ରେ ୨ଜଣଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସଂସଦୀୟ କ୍ଷେତ୍ର ୱାୟନାଡ଼ରେ ଜଣେ ସ୍ଥାନୀୟ କଂଗ୍ରେସ ନେତା ଏବଂ ତାଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି। ତେବେ ଏହି ଘଟଣାକୁ ନେଇ କଂଗ୍ରେସର ଅଡୁଆ ବଢ଼ିଛି। ବିଜେପି ଏବଂ ସିପିଏମ୍ ମିଳିତ ଭାବେ ଏହି ଘଟଣାକୁ କେନ୍ଦ୍ର କରି ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସକୁ ଘେରିବା ଆରମ୍ଭ କରିଦେଇଛନ୍ତି।

ବିଜେପି ଏବଂ ସିପିଏମ୍ କହିଛନ୍ତି ଯେ, ମୃତ କଂଗ୍ରେସ ନେତାଙ୍କ ବିରୋଧରେ ସହକାରୀ ବ୍ୟାଙ୍କରୁ ଟଙ୍କା ଜାଲିଆତି କରିଥିବା ଅଭିଯୋଗ ରହିଛି। ତେବେ ଏପ୍ରକାର ଅଭିଯୋଗ ଜବାବରେ ୱାୟନାଡ଼ ଜିଲା କଂଗ୍ରେସର ଅଧ୍ୟକ୍ଷ କହିଛନ୍ତି ଯେ, ଅଭିଯୋଗର ଯାଞ୍ଚ ହେବା ଉଚିତ୍‌। ପ୍ରକାଶ, ଆତ୍ମହତ୍ୟା କରିଥିବା ନେତାଙ୍କ ନାମ ଏନ୍ ଏମ୍ ବିଜୟନ ଏବଂ ତାଙ୍କ ପୁଅଙ୍କ ନାମ ଜିଜେଶ। ବିଜୟନ ୱାୟନାଡ଼ ଜିଲ୍ଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଥିଲେ। ସେ ଦୀର୍ଘ ୧ ଦଶକରୁ ଅଧିକ ସମୟ ଧରି କଂଗ୍ରେସର ଜିଲ୍ଲା ପଦାଧିକାରୀ ଥିଲେ। ତେବେ ବିଜୟନ ଏବଂ ପୁଅ ଜିଜେଶ ଗତ ମଙ୍ଗଳବାର ବିଷପିଇ ଆତ୍ମହତ୍ୟା କରିଥିଲେ। ଜିଜେଶ ଏକ ଦୁର୍ଘଟଣା ପରେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ରହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking