17.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶବଢିଲା ପାକିସ୍ତାନ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଆଶଙ୍କା

ବଢିଲା ପାକିସ୍ତାନ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ: ବଢିଲା ପାକିସ୍ତାନ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଆଶଙ୍କା । ପାକିସ୍ତାନ ଏୟାର ଷ୍ଟ୍ରାଇକର କଡ଼ା ଜବାବ ଦେବାକୁ ଡୁରାଣ୍ଡ ଲାଇନ ଆଡକୁ ମୁହାଁଇଛନ୍ତି ୧୫ହଜାର ତାଲିବାନୀ। ଘମାଘୋଟ ଲଢେଇରେ ଏଯାଏ ୨୦ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଆଫଗାନିସ୍ତାରରେ ତାଲିବାନ ସରକାର ଗଠନ ହେବା ପରେ ପାକିସ୍ତାନ ସହ ସୁସଂପର୍କ ରହିବ ବୋଲି ଆଶା ରହିଥିଲା। କିନ୍ତୁ ସୀମା ବିବାଦ ଓ ତେହରିକ ଏ ତାଲିବାନ ପାକିସ୍ତାନର ବାରମ୍ବାର ଆକ୍ରଣମ ଏବେ ପାକିସ୍ତାନ ପାଇଁ ଟେନସନ ପାଲଟିଛି। ମଧ୍ୟପ୍ରାଚ୍ୟ ପରେ ଅଶାନ୍ତ ଦକ୍ଷିଣ ଏସିଆ। ପାକିସ୍ତାନ ଓ ତାଲିବାନ ମଧ୍ୟରେ ବଢିଲା ଯୁଦ୍ଧ ଆଶଙ୍କା। ପାକିସ୍ତାନ ସେନାର ଏୟାର ଷ୍ଟ୍ରାଇକରେ ତେହରିକ ଏ ତାଲିବାନ ପାକିସ୍ତାନର ୪୬ ଯବାନଙ୍କ ମୃତ୍ୟୁ ପରେ ପ୍ରତିଆକ୍ରମଣ କରିବାକୁ ଟିଟିପିର ବଡ଼ ତୟାରୀ। ତାଲିବାନର ୧୫ ହଜାର ଯୋଦ୍ଧା ପାକିସ୍ତାନ- ଆଫଗାନିସ୍ତାନ ସୀମାର ଡୁରାଣ୍ଡ ଲାଇନ ଆଡକୁ ମୁହାଁଇଛନ୍ତି। କାବୁଲ, କାନ୍ଧାହାର ଓ ହୈରାତ ଅଞ୍ଚଳରୁ ତାଲିବାନୀ ଯୋଦ୍ଧା ପାକିସ୍ତାନର ଖାୟବର ପଖତୁନଖ୍ୱା ଆଡ଼କୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ବାହାରିଛନ୍ତି। ପାକିସ୍ତାନ ସେନା କାର୍ଯ୍ୟାନୁଷ୍ଠାନର ପ୍ରଚଣ୍ଡ ଜବାବ ଦିଆଯିବ ବୋଲି କହିଛି ତାଲିବାନ। ଟିଟିପିର ପ୍ରଚଣ୍ଡ ଆକ୍ରମଣରେ ୨୦ ପାକିସ୍ତାନୀଙ୍କ ମୃତ୍ୟୁ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେପଟେ ପାକିସ୍ତାନ ସେନା ମଧ୍ୟ ମୁକାବିଲା ପାଇଁ ଆଫଗାନ ସୀମାରେ ପହଞ୍ଚିଛି।

୧୯୯୦ ଦଶକରେ ପାକିସ୍ତାନ ପ୍ରୋତ୍ସାହନରେ ଗଠନ ହୋଇଥିଲା ତାଲିବାନ ସଂଗଠନ। ଆଫଗାନିସ୍ତାନରୁ ରୁଷ ସେନା ପ୍ରତ୍ୟାହାର ହେବା ପରେ ବଢିଥିଲା ତାଲିବାନର ବଢିଥିଲା ଦବଦବା। ପାକିସ୍ତାନ ତାଲିବାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଆର୍ôଥକ ସହାୟତା ଯୋଗାଇ ଆସିଥିଲା। ପରେ ଆଫଗାନିସ୍ତାନରେ ଆମେରିକା ସେନା ମୁତୟନ ହୋଇଥିଲା ଓ ସେଠାରେ ନିର୍ବାଚିତ ସରକାର ଗଠନ ହୋଇଥିଲା। କିନ୍ତୁ ୨୦୨୧ ଅଗଷ୍ଟରେ ଆମେରିକା ସେନା ପ୍ରତ୍ୟାହାର ହେବା ପରେ ଆଫଗାନିସ୍ତାନକୁ ଦଖଲ କରିଥିଲା ତାଲିବାନ । ଆଶା କରାଯାଉଥିଲା, ପାକିସ୍ତାନ ଓ ତାଲିବାନ ମଧ୍ୟରେ ପୂର୍ବ ଭଳି ସଂପର୍କ ରହିବ। କିନ୍ତୁ ଦୁଇଟି ମୁଖ୍ୟ କାରଣ ପାଇଁ ବିବାଦ ବଢିବାରେ ଲାଗିଛି। ପ୍ରଥମରେ ଡୁରାଣ୍ଡ ଲାଇନର ଉଭୟ ପାର୍ଶ୍ୱରେ ପସ୍ତୁନ ସଂପ୍ରଦାୟର ବହୁ ଅଧିବାସୀ ବାସ କରୁଛନ୍ତି। ଆଫଗାନିସ୍ତାନରେ ପସ୍ତୁନଙ୍କ ସଂଖ୍ୟା ପ୍ରାୟ ଅଧିକ। ପାକିସ୍ତାନ ପଟେ ପସ୍ତୁନସଂପ୍ରଦାୟ ବାସ କରୁଥିବା ଅଞ୍ଚଳକୁ ଆଫଗାନିସ୍ତାନର ନିଜର ବୋଲି ଦାବି କରିଆସୁଛି ତାଲିବାନ।

ଫଳରେ ଦୁଇଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଏହା ସହ ତାଲିବାନ ଡୁରାଣ୍ଡ ଲାଇନକୁ ମଧ୍ୟ ମାନିବାକୁ ପ୍ରସ୍ତୁତ ନୁହେଁ। ଦ୍ୱିତୀୟରେ ଟିଟିପିକୁ ନେଇ ଆପତ୍ତି ଉଠାଇଛି ପାକିସ୍ତାନ। ତାଲିବାନର ପାକିସ୍ତାନ ସଂଗଠନ ଟିଟିପି ବାରମ୍ବାର ପାକିସ୍ତାନ ସେନା ଉପରେ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଚାଲଛି। ତାଲିବାନ ଏହାକୁ ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର କହି ଏଥିରେ ମୁଣ୍ଡ ପୁରାଉନାହିଁ। ସେପଟେ ଟିଟିପିର ଅଧିକାଂଶ ଶୀର୍ଷ ନେତୃତ୍ୱ ଆଫଗାନିସ୍ତାନ ପଟରେ ରହି ଆକ୍ରମଣ ଚଲାଇଛନ୍ତି। ଏହାକୁ ଦମନ କରିବାକୁ ଯାଇ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିଲା। ତାଲିବାନ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ବହୁ ଅସ୍ତ୍ରଶସ୍ତ୍ର ଭଣ୍ଡାରରେ ଲୁଚାଇ ରଖିଛି। ଏହାର ମୁକାବିଲା କରିବା ପାକିସ୍ତାନ ସେନା ପାଇଁ କଠିନ ହେବ ବୋଲି ଅନୁମାନ କରାଯାଉଛି। ସେପଟେ ଶାହବାଜ ସରିଫ ସରକାର ଆର୍ôଥକ ସଙ୍କଟ, ସିପିଇପି ପ୍ରକଳ୍ପରେ ବିଳମ୍ବ ଓ ବେଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀ ସମସ୍ୟାରେ ବୁଡ଼ି ରହିଛି। ଏଭଳି ସମୟରେ ତାଲିବାନର ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking