27.1 C
Bhubaneswar
Wednesday, March 25, 2026
Homeଓଡିଶା୯ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା ପାଇଁ ବ୍ୟlପକ ପ୍ରସ୍ତୁତି

୯ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା ପାଇଁ ବ୍ୟlପକ ପ୍ରସ୍ତୁତି

ଯାଜପୁର: ରାଜ୍ୟସ୍ତରୀୟ କଳିଙ୍ଗନଗର ନଗର ପୁସ୍ତକ ମେଳା ର ପ୍ରସ୍ତୁତି ବୈଠକସ୍ଥାନୀୟ ସେଲେବେରେସନ ମଣ୍ଡପ ଠାରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂହ ଙ୍କ ବିୟୋଗରେ ଶୋକ ପ୍ରସ୍ତାପ ଆଗତ କରାଯାଇଥିଲା. ଆସନ୍ତା ଡ଼ିସେମ୍ବର ୩୧ ଠାରୁ ଜାନୁଆରୀ ୫ ତାରିଖ ପର୍ଯନ୍ତ ଚୋରଦା କାଳୀମେଲଣ ପଡିଆ ଠାରେ ଅନୁଷ୍ଠିତ ହେବ ଏଠାରେ ଓଡିଶା ତଥା ଅନ୍ୟ ରାଜ୍ୟ ର ବହୂ ପୁସ୍ତକ ବିକ୍ରେତା ମାନେ ଅଂଶ ଗ୍ରହଣ କରିବା ସହିତ କଲିକତା ରୁ ମଧ୍ୟ୍ୟ ପୁସ୍ତକପ୍ରକାଶନ ମାନେ ମେଳାରେ ଯୋଗଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି.ଏହି ପୁସ୍ତକ ମେଳାକୁ କିପରି ସରସସୁନ୍ଦର କରିବା ସହିତ କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ଅନେକ ପ୍ରତିଭା ଙ୍କୁ ସମର୍ଦ୍ଧିତ କରାଯିବ ତତସହିତ କଳିଙ୍ଗନଗରପୁସ୍ତକ ମେଳାର ପତ୍ରିକା କଳିଙ୍ଗ ଦର୍ପଣ ସ୍ମରଣିକା ଉର୍ନ୍ମୋଚନ କରିବାକୁ ପ୍ରସ୍ତୁତି ହୋଇଛି. ଏହି ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକରେ ସଭାପତି ବିଦ୍ୟାଧର ମହାନ୍ତି ସମ୍ପାଦକ ଡ଼. କୁଶଚନ୍ଦ୍ର ପ୍ରଧାନ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ବିବେକାନନ୍ଦ ମହାନ୍ତି ମୁଖ୍ୟଉପଦେଷ୍ଟା ସବିତା ରାଉତ ହୃଷିକେଶ ସାହୁ, ଅଭିମନ୍ୟୁ ମିଶ୍ର ଉପସଭାପତି ଡ଼ ଅକ୍ଷୟକୁମାର ପଣ୍ଡାଚନ୍ଦ୍ରମଣି ସାମଲ, ପବିତ୍ରରଞ୍ଜନ ମହାନ୍ତି, ଅଶ୍ୱିନୀକୁମାର ଦାସ ଅଜୟ କୁମାର ପଣ୍ଡା ବିଶିଷ୍ଟ ଶିକ୍ଷାବିତ୍ ଡ଼ ଦୁଷ୍ମନ୍ତ ରାଉତ ବିଜୟ କୁମାର ଶତପଥି ରାଜେନ୍ଦ୍ର କୁମାର ମହାରଣା ଓ ବିକାଶ ଦାସ ପ୍ରମୁଖ ଆଲୋଚନା ଅଂଶ ଗ୍ରହଣ କରିବା ସହିତ ଏହାର ସଫଳତା ପାଇଁ ବିଭିନ୍ନ ବିଭାଗ ଗଠନ କରି ଦାଇତ୍ୱ ଦିଆ ଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking