ନୂଆଦିଲ୍ଲୀ : ୧୦୧ ବର୍ଷରେ ରେକର୍ଡ ଭାଙ୍ଗିଲା ବର୍ଷା । ଦିନକ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଶନିବାର ସକାଳ ସାଢେ ୮ଟା ମଧ୍ୟରେ ଦିଲ୍ଲୀରେ ୪୧ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ପୂର୍ବରୂ ୧୯୨୩ ମସିହା ଡିସେମ୍ବର ୩ ତାରିଖରେ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୭୫ ଦଶମିକ ୭ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ସେହିପରି ୧୯୦୧ ମସିହା ପରେ ଦିଲ୍ଲୀରେ ଡିସେମ୍ବର ମାସରେ ପଞ୍ଚମ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । କେବଳ ଦିଲ୍ଲୀ ନୁହେଁ ଜମ୍ମୁ କାଶ୍ମୀରଠୁ ନେଇ ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।