ଭୁବନେଶ୍ୱର : ଫସଲହାନି ନେଇ ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଗତ ୨୦ ତାରିଖରୁ ୨୮ ତାରିଖ ମଧ୍ୟରେ ହୋଇଥିବା ଓଡିଶାର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷା ଖରିଫ ଫସଲ କ୍ଷୟକ୍ଷତି କରିଛି । ଏହାରି ଉପରେ ଆଜି ସମ୍ପୃକ୍ତ ବିଭାଗର ମନ୍ତ୍ରୀ , ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ଉପସ୍ଥିତିରେ ଏହାରି ଉପରେ ସମୀକ୍ଷା କରାଯାଇଛି । ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଶେଶ କରି ବିମା କରିଥିବା ଚାଷୀମାନେ ଯେପରି ନିର୍ଧାରିତ ସମୟ ସୀମା ମଧ୍ୟରେ କ୍ଷୟକ୍ଷତି ସଂପର୍କରେ ବିମା କମ୍ପାନୀ ମାନଙ୍କୁ ସୂଚନା ପ୍ରଦାନ କରିବେ । ଆଉ ସେଥିପାଇଁ ବ୍ୟାପକ ଭାବରେ ସଚେତନତା କାଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩୦ ତାରିଖ ମଧ୍ୟରେ ଫସଲ କ୍ଷୟକ୍ଷତିର ସଠିକ ଆକଳନ ସହ ଯେଉଁ ଚାଷୀମାନେ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିମା କରିଥିବା ବା ବାମା ନକରିଥିବା ସମସ୍ତ ଚାଷୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ନିୟମ ଅନୁଯାୟୀ ସହାୟତା ଯଥାଶୀଘ୍ର ଡିବିଟି ମାଧ୍ୟମରେ ସରକାର ନିଷ୍ପତ୍ତି ନେଇଛନ୍ତି । ଆହୁରି କହିଛନ୍ତି ବର୍ତ୍ତମାନ ୧ ଲକ୍ଷ ୨୬ ହଜାର ଚାଶୀ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ସବୁ ବୀମା ଯୁକ୍ତ ଚାଷୀମାନେ ନିଜର ଫସଲ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ଜାଣିବା ପାଇଁ ଟୋଲ ଫ୍ରି ନମ୍ବର ୧୪୪୪୭ ରହିଛି । ରବିବାର ସୁଦ୍ଧା ସବୁ ଚାଷୀମାନେ ପଞ୍ଜୀକୃତ କରିପାରିବେ ।