24.1 C
Bhubaneswar
Monday, May 4, 2026
Homeଓଡିଶାଯାଜପୁରରେ ୨୮ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

ଯାଜପୁରରେ ୨୮ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

ଯାଜପୁର: ଯାଜପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ବିରଜା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ବୈଠକ ରେ ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ,ଯାଜପୁର ବିଧାୟିକା ସୁଜାତା ସାହୁ,ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଜେଡି ପ୍ରତିଷ୍ଠା ଦିନ ଠାରୁ ଏହା ସାଧାରଣ ଲୋକଙ୍କ ପାଇଁ ସେବା କରି ଆସୁଛି। କିନ୍ତୁ ରାଜ୍ୟ ରେ ବିଜେପି ସରକାର ଆସିବା ପରେ ସାଧାରଣ ଭୋଟର ଆଜି ଅନୁତାପ ନିଆଁ ରେ ଜଳୁଛନ୍ତି ବୋଲି ମତ ଦେଇଥିଲେ। ତେଣୁ ଏବେ ଠାରୁ ବିଜେଡି କର୍ମୀ ମାନେ ଏକାଠି ହୋଇ ଆଗାମୀ ଦିନ ରେ ଆସୁଥିବା ପଞ୍ଚାୟତ ନିର୍ବାଚନ ରେ ଏହାର ଜବାବ ଦେବା ପାଇଁ ଆହ୍ବାନ ଦେଇଥିଲେ। ଅନୁଷ୍ଠିତ ହୋଇଯାଇଛି l ଯାଜପୁର ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୌରପାଳିକା ର ଉପାଧକ୍ଷ ସନ୍ତୋଷ ମଲ୍ଲିକ, ଦଶରଥପୁର ବ୍ଲକ ଅଧକ୍ଷ ଦିଗାମ୍ବର ମଲ୍ଲିକ, ଯାଜପୁର ବ୍ଲକ ଅଧକ୍ଷା ସ୍ୱର୍ଣ୍ଣଲତା ପରିଡା, ପୌରପାଳିକା ସମସ୍ତ କାଉଁସିଲର ଓ ନିର୍ବାଚନୀ ମଣ୍ଡଳୀର ସମସ୍ତ ସରପଞ୍ଚ ,ସମିତି ଓ ଜିଲ୍ଲା ପରିଷଦ ସଦସ୍ୟ ମାନେ ଉପସ୍ଥିତ ଥିଲେ l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking