27.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଭିଡିଓ ଜାରି ପୂର୍ବକ ଧମକ ଦେଲା ପନ୍ନୁ; ପିଲଭିଟ୍ ଏନ୍‌କାଉଣ୍ଟରର ପ୍ରତିଶୋଧ ମହାକୁମ୍ଭରେ ନେବୁ

ଭିଡିଓ ଜାରି ପୂର୍ବକ ଧମକ ଦେଲା ପନ୍ନୁ; ପିଲଭିଟ୍ ଏନ୍‌କାଉଣ୍ଟରର ପ୍ରତିଶୋଧ ମହାକୁମ୍ଭରେ ନେବୁ

ଲକ୍ଷ୍ନୌ: ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍‌ଏଫ୍‌ଜେ) ମୁଖ୍ୟ ତଥା ଭାରତ ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଘୋଷିତ ଗୁରୁପତ୍‌ୱନ୍ତ ସିଂ ପନ୍ନୁ ଆଜି ଏକ ଭିଡିଓ ଜାରି କରିଛି। ପନ୍ନୁ ଏହି ଭିଡିଓରେ କହିଛି ଯେ, ପ୍ରୟାଗରାଜରେ ଆୟୋଜିତ ହେବାକୁ ଥିବା ମହାକୁମ୍ଭ ୨୦୨୫ ହିନ୍ଦୁତ୍ୱର ଶେଷ ମହାକୁମ୍ଭ ହେବ। ପିଲଭିଟ୍ ଏନ୍‌କାଉଣ୍ଟରର ପ୍ରତିଶୋଧ ମହାକୁମ୍ଭରେ ନିଆଯିବ। ଏହି ଭିଡିଓ ଜରିଆରେ ପନ୍ନୁ ଖୁଲମଖୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଟାର୍ଗେଟ୍ କରିଛି। ପନ୍ନୁ ଏହି ଭିଡିଓରେ କହିଛି ଯେ, ମହାକୁମ୍ଭରେ ୩ଟି ତାରିଖରେ ଅର୍ଥାତ୍ ୩ଟି ପର୍ଯ୍ୟାୟରେ ବଡ଼ ଧରଣର ଆତଙ୍କୀ ଘଟଣା ଘଟାଇବ। ଏହି ୩ଟି ତାରିଖକୁ ମଧ୍ୟ ସେ ସ୍ପଷ୍ଟ କରିଛି। ପ୍ରଥମ ତାରିଖ ୧୪ ଜାନୁଆରୀ ୨୦୨୫ (ମକର ସଂକ୍ରାନ୍ତି) ପ୍ରଥମ ଶାହି ସ୍ନାନ, ଦ୍ୱିତୀୟ ତାରିଖ ୨୯ ଜାନୁଆରୀ ୨୦୨୫ (ମୌନୀ ଅମାବାସ୍ୟା) ଦ୍ୱିତୀୟ ଶାହି ସ୍ନାନ ଏବଂ ତୃତୀୟ ତାରିଖ ୩ ଫେବ୍ରୁଆରୀ ୨୦୨୫ (ବସନ୍ତ ପଞ୍ଚମୀ) ତୃତୀୟ ଶାହି ସ୍ନାନ ସମୟରେ ହିଁ ପ୍ରତିଶୋଧ ନିଆଯିବ ବୋଲି ସେ ଧମକ ଦେଇଛି।

ଦିନକ ପୂର୍ବେ ଉତ୍ତରପ୍ରଦେଶର ପିଲିଭିଟ୍ ଠାରେ ୩ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ୟୁପି ଏବଂ ପଞ୍ଜାବ ପୁଲିସ୍ ପକ୍ଷରୁ ମିଳିତ ଏନ୍‌କାଉଣ୍ଟର କରାଯାଇଥିଲା। ଏହି ଆତଙ୍କୀମାନେ ପଞ୍ଜାବରେ ଗ୍ରେନେଡ୍ ଆକ୍ରମଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଫେରାର ଥିଲେ। ତେବେ ସେମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଏମାନଙ୍କୁ ଗତକାଲି ପିଲଭିତ୍ ଠାରେ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିଲା। ଏହି ୩ ଆତଙ୍କବାଦୀ ଖଲିସ୍ତାନୀ କମାଣ୍ଡୋ ଫୋର୍ସର ସଦସ୍ୟ ଥିଲେ। ସେମାନଙ୍କଠାରୁ ଦୁଇଟି ଏକେ-୪୭ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ନିହତ ଆତଙ୍କୀମାନଙ୍କୁ ଗୁରୁବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଏବଂ ଜସନପ୍ରୀତ ସିଂହ ରୂପେ ଚିହ୍ନଟ କରାଯାଇଥିବା ବେଳେ ଏମାନେ ସମସ୍ତେ ଗୁରଦାସପୁରର ସ୍ଥାନୀୟ ବାସିନ୍ଦା। ତେବେ ଏହି ଘଟଣାକୁ ନେଇ ଆମେରିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ବେଶ୍ ଉତ୍‌କ୍ଷିପ୍ତ ହୋଇପଡି ଏପ୍ରକାର ଧମକ ଦେଇଛି। ଏଥିସହ ମୃତ ୩ ଖଲିସ୍ତାନୀ ଆତଙ୍କବାଦୀଙ୍କ ପରିବାରକୁ ସେ ନିଜ ତରଫରୁ ୫ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବାକୁ ଘୋଷଣା କରିବା ସହିତ ଏକ ପୃଥକ୍ ଖଲିସ୍ତାନ ଗଠନ ପାଇଁ ସମସ୍ତ ଖଲିସ୍ତାନୀଙ୍କୁ ଏକଜୁଟ୍ ହେବାକୁ ଆହ୍ୱାନ କରିଛି।

ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଖଲିସ୍ତାନୀ ଆତଙ୍କବାଦୀ ଏବଂ ଗୁରୁପତୱନ୍ତ ସିଂ ପନ୍ନୁ ବିରୋଧରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ୬ ଟି ମାମଲାର ତଦନ୍ତ କରୁଛି। ପନ୍ନୁ ଖଲିସ୍ତାନ ସମର୍ଥକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାବେଳେ ଏକ ପୃଥକ୍ ଖଲିସ୍ତାନ ଗଠନ ଦାବି କରିଆସୁଛି। ଏନେଇ ସେ ଖଲିସ୍ତାନୀମାନଙ୍କ ଭାରତ ସରକାରଙ୍କ ବିରୋଧରେ ଭଡକାଇବା ଏବଂ ଦେଶରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ଭଳି ଷଡଯନ୍ତ୍ର ରଚିବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking