ନୂଆଦିଲ୍ଲୀ : କଣ ଆପଣ ହାଇହିଲ ପିନ୍ଧୁଛନ୍ତି କି । କଣ ସବୁ ସମସ୍ୟା ରହିଛି ଆସନ୍ତୁ ଜାଣିବା । ହାଇ ହିଲ ପିନ୍ଧିବା ଦ୍ୱାରା ପାଦରେ ଅଧିକ ଚାପ ପଡିଥାଏ । ଚାପ ହେତୁ ପାଦରେ ଯନ୍ତ୍ରଣା ଅନୁଭବ ହୁଏ । ଏହାକୁ ପିନ୍ଧିବା ଦ୍ୱାରା ଆଣ୍ଉଠୁ , ଗୋଡ , ବେକ , ଅଣ୍ଟା ଉପରେ ପ୍ରଭାବ ପକାଇଥାଏ । ଆମ ପାଦରେ ପାଞ୍ଚୋଟି ଆଙ୍ଗୁଠି ରହିଚି ଯାହାକୁ ମେଟାଟାର୍ସାଲ ହାଡ କୁହାଯାଏ । ଏହି ହାଡ ଚାଲିବାରେ ସନ୍ତତୁଳନ ବଜାୟ ରଖିଥାଏ । ଯେତେବେଳେ ଆମେ ହାଇହିଲ ପିନ୍ଧିଥାଉ , ଅଧିକାଂଶ ଓଜନ ପାଦ ଉପରେ ପଡିଥାଏ । ଚାପରେ ଗୋଇଠି ଯନ୍ତ୍ରଣା ହେବା ସହିତ ପାଦ ଫୁଲା ସମସ୍ୟା ଦେଖାଦିଏ । ଅତିରିକ୍ତ ହାଇହିଲ ପିନ୍ଧିବା ଦ୍ୱାରା ଅଣ୍ଟା ଓ ବେକରେ ଚାପ ପଡିଥାଏ । ତା ସହିତ ଗୋଡ ଖସିଯିବା ଏବଂ ଗୋଡ ମୋଡି ହେବା ଭଳି ସମ୍ଭାବନା ଥାଏ । ୨ରୁ ୩ ଇଞ୍ଚରୁ ଅଧିକ ହିଲ ପିନ୍ଧିବା ସ୍ୱାସ୍ଥ୍ୟ ପ୍ରତି ଭଲ ନୁହେଁ । ଦୀର୍ଘ ସମୟ ଧରି ପିନ୍ଧିଲେ ମଧ୍ୟ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ ।