26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶବୈଷୟିକ ତ୍ରୁଟି: ବାଟ ଭୁଲିଗଲା ବନ୍ଦେ ଭାରତ ଏକ୍ସପ୍ରେସ୍‌; ଗୋଆ ଯିବା ବଦଳରେ ଚାଲିଗଲା କଲ୍ୟାଣ

ବୈଷୟିକ ତ୍ରୁଟି: ବାଟ ଭୁଲିଗଲା ବନ୍ଦେ ଭାରତ ଏକ୍ସପ୍ରେସ୍‌; ଗୋଆ ଯିବା ବଦଳରେ ଚାଲିଗଲା କଲ୍ୟାଣ

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସ୍‌ଏମଟି)ରୁ ଗୋଆର ମଡଗାଓଁ ଅଭିମୁଖେ ବାହାରିଥିବା ଦେଶର ଅତ୍ୟାଧୁନିକ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ବାଟ ଭୁଲିଯାଇଛି। ମହାରାଷ୍ଟ୍ରର ଦିବା ଷ୍ଟେସନରୁ ଟ୍ରେନଟି ପନଭେଲ୍ ଆଡ଼କୁ ଯିବା ପରିବର୍ତ୍ତେ କଲ୍ୟାଣ ଅଭିମୂଖେ ପଳାଇଥିଲା। କୋଙ୍କଣକୁ ଯାଉଥିବା ଏହି ଏକ୍ସପ୍ରେସ ଟ୍ରେନ୍ ନିର୍ଦ୍ଧାରିତ ମାର୍ଗ ଦିବା-ପନଭେଲ ରୁଟରେ ଯିବାର ଥିଲା। କିନ୍ତୁ ସକାଳ ୬ଟା ୧୦ରେ ଟ୍ରେନଟି ଦିବା ଷ୍ଟେସନରୁ କଲ୍ୟାଣ ଅଭିମୁଖେ ମୁହାଁଇଥିଲା। ତେବେ ସିଗନାଲ ତ୍ରୁଟି ଯୋଗୁଁ ଏହି ବିଭ୍ରାଟ ଘଟିଥିବା କୁହାଯାଉଛି। ଅନ୍ୟପକ୍ଷେ ତେବେ ଏହି ଖବର ଜଣାପଡ଼ିବା ପରେ ରେଳବାଇ ଅଧିକାରୀ ତ୍ୱରିତ ପଦକ୍ଷେପ ଗ୍ରହଣ ପୂର୍ବକ ତରବରିଆ ଭାବେ ଟ୍ରେନକୁ ପ୍ରଥମେ କଲ୍ୟାଣ ଷ୍ଟେସନକୁ ନିଆଯାଇଥିଲା। କିଛି ସମୟ ପରେ ଟ୍ରେନ୍ ଟି ଦିବା ଷ୍ଟେସନକୁ ଫେରିଥିଲା ଏବଂ ପରେ ନିଜ ଗନ୍ତବ୍ୟ ଅଭିମୁଖେ ଯାତ୍ରା କରିଥିଲା । ଏହି ବିଶୃଙ୍ଖଳା ଯୋଗୁଁ ଟ୍ରେନ୍ ୯୦ ମିନିଟ୍ ବିଳମ୍ବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା। କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସ୍ୱପ୍ନିଲ ନୀଳାଙ୍କ କହିବାନୁଯାୟୀ, ସିଗନାଲ ତ୍ରୁଟି ଯୋଗୁଁ ଏହି ବିଭ୍ରାଟ ଘଟିଥିଲା। ଡିଭା ଜଙ୍କସନରେ ଡାଉନ ଫାଷ୍ଟ ଲାଇନ ଏବଂ ପଞ୍ଚମ ଲାଇନ ମଧ୍ୟରେ ୧୦୩ ନମ୍ବର ପଏଣ୍ଟରେ ସିଗନାଲିଂ ଓ ଟେଲିକମ୍ୟୁନିକେସନ ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ ଟ୍ରେନଟି ବାଟ ଭୁଲିଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking