23.1 C
Bhubaneswar
Monday, December 23, 2024
Homeଦେଶ ବିଦେଶପଞ୍ଚମ ଓ ଅଷ୍ଟମରେ ଫେଲ ହେଲେ ଫେଲ

ପଞ୍ଚମ ଓ ଅଷ୍ଟମରେ ଫେଲ ହେଲେ ଫେଲ

ନୂଆଦିଲ୍ଲୀ: ପ୍ରାଥମିକ ଶିକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଆଜି (ସୋମାବର) ଶିକ୍ଷା ମନ୍ତ୍ରଣାଳୟ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ଥିବା ‘ନୋ-ଡିଟେନସନ ପଲିସି’ ସମାପ୍ତ କରିଦେଇଛି । ଏବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହୋଇଗଲେ ଉପର ଶ୍ରେଣୀକୁ ଯାଇପାରିବେ ନାହିଁ ଛାତ୍ରଛାତ୍ରୀ । ପୂର୍ବରୁ ଫେଲ୍‌ ହେଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ ପ୍ରମୋଟ କରିଦିଆ ଯାଉଥିଲା । ଏଣିକି ଫେଲ ହେଲେ ଦୁଇ ମାସ ଭିତରେ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ଦ୍ବିତୀୟ ଥର ଫେଲ ହେଲେ ତାଙ୍କୁ ପ୍ରମୋଟ କରାଯିବ ନାହିଁ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏବେ ଏହି ପଲିସିକୁ ନିରସ୍ତ୍ର କରିଦେବା ପରେ କୌଣସି ଛାତ୍ରଛାତ୍ରୀ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଫେଲ ହେଲେ, ଦୁଇ ମାସ ଭିତରେ ପୁଣି ଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ଯଦି ଛାତ୍ରଛାତ୍ରୀ ଦ୍ବିତୀୟ ସୁଯୋଗରେ ସଫଳ ନହୁଅନ୍ତି ତେବେ ସେମାନଙ୍କୁ ଉପର ଶ୍ରେଣୀଙ୍କୁ ପଠାଯିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking