କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅଞ୍ଚଳରୁ ଆସିଛି ଏକ ବଡ ଖବର । ନକଲି ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଚାଲିଯାଇଛି ଜଣଙ୍କର ଜୀବନ । ଖବର ଅନୁଯାଇ , ନକଲି ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀ ମୃତ । ରୋଗୀ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତକ ଲାଠୋର ଥାନା ଅଞ୍ଚଳର ଶ୍ରିମତ କଟା । ତେବେ ସୂଚନା ଅନୁୟାଯୀ ଅସ୍ଥାୟୀ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର । ନକଲି ଡାକ୍ତରଙ୍କୁ ଗିରଫ କରି ପୋଲିସ ଅଧିକ ତଦନ୍ତ କରୁଛି । ବିଭିନ୍ନ ପ୍ରକାର ଔଷଧ ଓ ସାଲାଇନ ଜବତ କରିଛି ପୋଲିସ ।