35.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଇନୋଭାରୁ ମିଳିଲା ୫୨ କେଜି ସୁନା ବିସ୍କୁଟ୍ ଓ ନଗଦ ୧୦ କୋଟି ଟଙ୍କା

ଇନୋଭାରୁ ମିଳିଲା ୫୨ କେଜି ସୁନା ବିସ୍କୁଟ୍ ଓ ନଗଦ ୧୦ କୋଟି ଟଙ୍କା

ଭୋପାଳ: ଗତ ୨ଦିନ ଧରି ଟିକସ ଫାଙ୍କି ଅଭିଯୋଗରେ ଭୋପାଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ଆୟକର ବିଭାଗ ଓ ଲୋକାୟୁକ୍ତ ପୁଲିସ୍ ଟିମ୍ ଭୋପାଳର ବିଭିନ୍ନ ସ୍ଥାନରେ ରେଡ୍ କରି କୋଟି କୋଟି ଟଙ୍କାର ସୁନା ଓ ନଗଦ ଟଙ୍କା ଜବତ କରୁଥିବା ସୂଚନା ମିଳିଛି। ଏହି ଚଢ଼ଉ ପ୍ରକ୍ରିୟାରେ ମୁଖ୍ୟତଃ ବିଲଡର ସଂସ୍ଥା, ସଂସ୍ଥା ମାଲିକଙ୍କୁ ଟାର୍ଗେଟ୍ କରାଯାଉଛି। ଏହିକ୍ରମେ ଚଢ଼ଉ ଟିମ୍ ହାତରେ ଏକ ବଡ଼ ଧରଣର ବେଆଇନ୍ ସମ୍ପତ୍ତି ଲାଗିଛି। ରିପୋର୍ଟ ଅନୁସାରେ ଚଢ଼ଉ ଅଭିଯାନ ସମୟରେ ଏକ ପରିତ୍ୟକ୍ତ ଇନୋଭା କାର୍ ମଧ୍ୟରୁ ପ୍ରାୟ ୫୨ କେଜି ଓଜନର ସୁନା ବିସ୍କୁଟ୍ (ଆନୁମାନିକ ମୂଲ୍ୟ ୪୦ କୋଟି) ସହ ନଗଦ ୧୦ କୋଟି ଟଙ୍କା ଜବତ କରାଯାଇଛି। ଏହି ଇନୋଭା କାର୍‌କୁ ଭୋପାଳ ଉପକଣ୍ଠରେ ଥିବା ମେନ୍ଦୋରି ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିଲା।

ତେବେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଇନୋଭା କାରର ମାଲିକ ଗ୍ୱାଲିୟରର ଚେତନ ଗୌର ଏବଂ ସେ ପୂର୍ବତନ ଆରଟିଓ କନଷ୍ଟେବଲ ସୌରଭ ଶର୍ମାଙ୍କ ଅତ୍ୟନ୍ତ ଘନିଷ୍ଠ। ଶ୍ରୀ ଶର୍ମା ଓ ଅନେକ ବିଲିଡରଙ୍କ ବିରୋଧରେ ପୂର୍ବରୁ ହିଁ ଅର୍ଥ ହେରଫେରର ମାମଲା ଚାଲିଛି। ତେଣୁ ଏବେ ଜବତ ହୋଇଥିବା ସୁନା ଓ ନଗଦ ଟଙ୍କାର ଲିଙ୍କ୍ ଉକ୍ତ ଠକେଇ ସହ ରହିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷେ ଏଯାଏ ଟଙ୍କା ଓ ସୁନାର ମାଲିକାନା ପାଇଁ କେହି ବି ଦାବି କରିନାହାନ୍ତି। ପୁଲିସ୍ ଏତେ ଜିନିଷ କାର ମଧ୍ୟକୁ କେମିତି ଆସିଲା, ତା’ର ତଦନ୍ତ କରୁଛି। ତେବେ ସନ୍ଦେହ ପରିସରରେ ଥିବା ଶ୍ରୀ ଶର୍ମାଙ୍କ ଘରେ ଲୋକାୟୁକ୍ତ ଟିମ୍ ଗୁରବାର ଦିନ ସର୍ଚ୍ଚ ଅପରେସନ୍ କରିଛି। ଭୋପାଳର ପୋଶ ଏରେରା କଲୋନୀରେ ଥିବା ଶର୍ମାଙ୍କ ଘରେ ହୋଇଥିବା ରେଡ ବେଳେ ୧ କୋଟିରୁ ଅଧିକ ନଗଦ ଟଙ୍କା, ଅଧକେଜି ସୁନା ଓ ହୀରା, ରୁପା ବାର ଓ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking