23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶବାଂଲାଦେଶକୁ ଭାରତର କଡା ଚେତାବନୀ

ବାଂଲାଦେଶକୁ ଭାରତର କଡା ଚେତାବନୀ

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରଙ୍କ ପରାମର୍ଶଦାତା ମହଫୁଜ ଆଲାମ କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଭାରତର ଅନେକ ଅଂଚଳକୁ ଦଖଲ କରିବା ବିଷୟରେ କହିଥିଲେ। ଏହାକୁ ନେଇ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାର ଜବାବରେ କହିଥିଲେ ଯେ ଆମେ (ଭାରତୀୟମାନେ) କଣ ଲଲିପପ୍ ଖାଇବୁ କି ? ଏବେ ଏହାକୁ ନେଇ ଭାରତ ସରକାର ବାଂଲାଦେଶ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏଭଳି ମନ୍ତବ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୟୁନୁସ୍ ସରକାରଙ୍କୁ ସ୍ପଷ୍ଟ ଭାବେ କହିଛି। କେବଳ ଏତିକି ନୁହେଁ, ବାଂଲାଦେଶକୁ ଆତଙ୍କବାଦୀ ସମ୍ପର୍କକୁ ନେଇ ସତର୍କ କରାଇଛି ଭାରତର ବୈଦେଶିକ ମନ୍ତ୍ରଣାଳୟ ।

ଏହା ପୂର୍ବରୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ସଂସଦରେ କହିଥିଲେ ଯେ ଜଗନ୍ନାଥ ମନ୍ଦିର ଭଙ୍ଗାରୁଜା, ଢାକାର ତନ୍ତୀବଜାରରେ ଏକ ପୂଜା ମଣ୍ଡପ ଉପରେ ଆକ୍ରମଣ ଏବଂ ଦୁର୍ଗାପୂଜା ସମୟରେ ସାତଖିରାର ଯଶୋରେଶ୍ୱରୀ କାଳୀ ମନ୍ଦିର ଚୋରି ଘଟଣାରେ ଭାରତ ସରକାର ବାଂଲାଦେଶକୁ ସତର୍କ କରିଛନ୍ତି। ମହଫୁଜ ଆଲାମଙ୍କ ମନ୍ତବ୍ୟ ସମ୍ପର୍କରେ ପଚରାଯିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ବାଂଲାଦେଶ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛୁ। ତେବେ ସେ ଲେଖିଥିବା ପୋଷ୍ଟକୁ ଡିଲିଟ କରିସରିଛନ୍ତି। ସାର୍ବଜନୀନ ମନ୍ତବ୍ୟ ଦେବା ସମୟରେ ସତର୍କ ରହିବାକୁ ଆମେ ସମସ୍ତ ଲୋକଙ୍କୁ ସତର୍କ କରିବାକୁ ଚାହୁଁଛୁ। ବାଂଲାଦେଶର ଜନସାଧାରଣ ଏବଂ ସେଠାକାର ଅନ୍ତରୀଣ ସରକାରଙ୍କ ସହ ସମ୍ପର୍କ ବଢ଼ାଇବାକୁ ଭାରତ ବାରମ୍ବାର ଇଚ୍ଛା ପ୍ରକାଶ କରିଆସୁଛି। କୌଣସି ବିବୃତ୍ତି ଦାୟିତ୍ୱସମ୍ପନ୍ନ ଭାବେ ଦେବା ଉଚିତ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking