33.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶବାହାର ରାଜ୍ୟରେ ଆଖି ବୁଜିଲେ ଶ୍ରମିକ

ବାହାର ରାଜ୍ୟରେ ଆଖି ବୁଜିଲେ ଶ୍ରମିକ

ନୂଆଦିଲ୍ଲୀ : ବାହାର ରାଜ୍ୟରେ ଦାଦାନ ଶ୍ରମିକଙ୍କ ମୃତ୍ୟୁ । ଆଉ ଟଙ୍କା ପଠାଇଲେ ଫେରିବ ଶବ । ଠିକାଦାର ଟଙ୍କା ଦେଲେ ଘରକୁ ଶବ ପଠାଇବୁ ନହେଲେ ଶବ ଏଇଠି ଜାଳିଦେବୁ ବୋଲି ଫୋନ ଯୋଗେ ପରିବାର ଲୋକଙ୍କୁ କହିଥିବା ଅଭିଯୋଗ ହୋଇଛି । ଅଭାବୀ ପରିବାରରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିବାରୁ ପୁଅର ମୃତଦେହ ଫେରାଇ ଆଣିବାକୁ ଗୁହାରି କରିଛନ୍ତି ବୃଦ୍ଧ ମା’ ।ସୂଚନା ଅନୁସାରେ ପରିବାର ପ୍ରତିପୋଷଣ ପାଇଁ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ରିସଗାଁ ଡଙ୍ଗରୀପଡାର ରାଜନ ଲହଜଲ ଓ ତାଙ୍କ ପତ୍ନୀ ମାଳତୀ ଦାଦନ ଖଟିବାକୁ ଯାଇଥିଲେ । ବର୍ଷକ ତଳେ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ବୃଦ୍ଧ ବାପା ମା ଓ ତିନି କୁନି କୁନି ପୁଅ ଝିଅକୁ ଛାଡି ପେଟପାଟଣା ପାଇଁ ଗୋଆ ଯାଇଥିଲେ । ସେଠାରେ ରାଜନଙ୍କ ମୃତ୍ୟୁ ହୋଇଛି ।ବର୍ତ୍ତମାନ ରାଜନଙ୍କ ଶବ ଗୋଆ ହସ୍ପିଟାଲରେ ରହିଛି । ମୃତଦେହ ଫେରାଇ ଆଣିବା ପାଇଁ ଠିକାଦାରଙ୍କ ସହ କଥା ହୋଇ ଶବ ପହଞ୍ଚାଇବା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ଶ୍ରମ ଅଧିକାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking