ପୁରୀ : ପରିକ୍ରମା ପ୍ରକଳ୍ପ ଡିଜାଇନ ପରିବର୍ତ୍ତନ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ପୁରୁଣା ଡିଜାଇନରେ କିଛି ଆଡ କରାଯାଇ ନୂଆ ଡିଜାଇନ ପ୍ରସ୍ତୁତ ହେବ । ଲୋକଙ୍କ ଧର୍ମୀୟ ଭାବନା ଜଡିତ ଥିବାରୁ ବିଚାରବିମର୍ଶ ଚାଲିଛି । କୃତ ଯଜ୍ଞ , ଅନ୍ନ ଯଜ୍ଞ , ଜ୍ଞାନ ଯଜ୍ଞ ମଣ୍ଡପ ପାଇଁ ବି ବ୍ୟବସ୍ଥା ହେବ । ଏନେଇ ଆଲୋଚନା ଚାଲିଛି । ଖୁବଶୀଘ୍ର ନିଷ୍ପତ୍ତି ପରେ କାମ ଆରମ୍ଭ ହେବ । ଦୁଇ ତିନି ମାସ ମଧ୍ୟରେ କାମ ଆରମ୍ଭ ହେବ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିିଚନ୍ଦନ ।