35.1 C
Bhubaneswar
Thursday, May 7, 2026
Homeଓଡିଶାଯୁବକଙ୍କୁ ଛୁରି ଭୁସି ହତ୍ୟା : କାରଣ ଅସ୍ପଷ୍ଟ

ଯୁବକଙ୍କୁ ଛୁରି ଭୁସି ହତ୍ୟା : କାରଣ ଅସ୍ପଷ୍ଟ

ଝାରସୁଗୁଡା:  ଝାରସୁଗୁଡା ଜିଲ୍ଲା  କୋଲାବିରା ଥାନା ଅଞ୍ଚଳରେ  ଗତକାଲି ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। କୋଲାବିରା ଥାନା ଅନ୍ତର୍ଗତ ଭାଲୁପତ୍ରା ରାସ୍ତାରେ କେହି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି।  ସୂଚନା ଅନୁଯାୟୀ, ସନ୍ତୋଷ ନାୟକ ଏକ କାରଖାନାରେ ସିକ୍ୟୁରିଡି ଗାର୍ଡ ଭାବେ କାମ କରନ୍ତି। ସେ ଗତକାଲି ରାତିରେ ଡ୍ୟୁଟିକୁ ଯାଉଥିବା ବେଳେ କେହି ଦୁର୍ବୃତ୍ତ ଜଣେ ସନ୍ତୋଷଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏଏହି ହତ୍ୟାକାଣ୍ଡରେ କାହାରିକୁ ଗିରଫ କରାଯାଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking