21.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଆଜି ପଞ୍ଜାବର ବିଭିନ୍ନ ସ୍ଥାନରେ ତିନିଘଣ୍ଟା ରେଳ ରୋକ ଆନ୍ଦୋଳନ

ଆଜି ପଞ୍ଜାବର ବିଭିନ୍ନ ସ୍ଥାନରେ ତିନିଘଣ୍ଟା ରେଳ ରୋକ ଆନ୍ଦୋଳନ

ନୂଆଦିଲ୍ଲୀ : ଏମ୍‌ଏସ୍‌ପିକୁ ଆଇନତଃ ଲାଗୁ କରିବା ଦାବିରେ କୃଷକମାନେ ଆଜି ପଞ୍ଜାବର ବିଭିନ୍ନ ସ୍ଥାନରେ ତିନିଘଣ୍ଟା ରେଳ ରୋକ କରିଛନ୍ତି। ଏହାଦ୍ବାରା ୩୧ଟି ଟ୍ରେନ୍‌ର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହା ସହ ଆସନ୍ତା ୩୦ ତାରିଖରେ ପଞ୍ଜାବ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି। ଆଜି ସଂଯୁକ୍ତ କିସାନ୍ ମୋର୍ଚା ଓ କିସାନ୍ ମଜଦୁର ମୋର୍ଚ୍ଚା ପକ୍ଷରୁ ରେଳ ରୋକ ଆନ୍ଦୋଳନର ଡାକରା ଦିଆଯାଇଥିଲା। ସଂଗଠନର ଶତାଧିକ ସଦସ୍ୟ ପଞ୍ଜାବର ୧୭ଟି ସ୍ଥାନ- ମୋଗା, ଫରିଦକୋଟ, କାଦିଆନ୍‌, ବାଟଲା, ଫିଲାଉର୍‌, ତଣ୍ଡା, ଦସାୟୁ, ମାହିଲ୍‌ପୁର, ମୁଖୁ, ତଲୱାଣ୍ଡି ଭାଇ, ଶାନେୱାଲ୍‌, ଶମ୍ଭୁ, ମୋହାଲି, ସୁନାମ୍‌, ଲେହେରା, ରାମପୁରା ଫୁଲ, ଦେବିଦାସପୁରାରେ ରେଳ ରୋକ କରିଥିଲେ।ସଂଗଠନର ସଦସ୍ୟମାନେ ଅପରାହ୍‌ଣ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରେଳ ଧାରଣା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking