20.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶମସ୍କୋରେ ବିସ୍ଫୋରଣ: ନିଜକୁ ଦାୟୀ କଲା ୟୁକ୍ରେନ୍‌

ମସ୍କୋରେ ବିସ୍ଫୋରଣ: ନିଜକୁ ଦାୟୀ କଲା ୟୁକ୍ରେନ୍‌

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ମଙ୍ଗଳବାର ରାଜଧାନୀ ମସ୍କୋରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ରୁଷ୍‌ର ଆଣବିକ, ଜୈବିକ ଏବଂ ରାସାୟନିକ ସୁରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭଙ୍କ ମୃତ୍ୟୁ ହୋଇଯାଇଛି। ଇଗୋର ରାଷ୍ଟ୍ରପତି ପୁତିନଙ୍କର ଅତି ନିକଟତର ଥିଲେ। ରାଷ୍ଟ୍ରପତି ଭବନରୁ ମାତ୍ର ୭ କିମି ଦୂରରେ ଏହି ବିସ୍ଫୋରଣ ଘଟିଛି। ଅନ୍ୟପକ୍ଷେ ଏହି ବିସ୍ଫୋରଣ ପାଇଁ ୟୁକ୍ରେନ ସେନା ନିଜକୁ ଦାୟୀ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ରୁଷ୍‌ର ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ଲୁଚା ଯାଇଥିବା ବୋମା ଯୋଗୁଁଁ ଏହି ବିସ୍ଫୋରଣ ଘଟିଛି। ବୋମା ବିସ୍ଫୋରଣ କାରଣରୁ କିରିଲୋଭଙ୍କ ସହ ତାଙ୍କର ଜଣେ ସହାୟକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ରୁଷ୍ ଏହାକୁ ଏକ ହତ୍ୟାକାଣ୍ଡ ଭାବେ ଅଭିହିତ କରିଛି। ପ୍ରାଥମିକ ତଦନ୍ତରୁ ଇଗୋର କିରିଲୋଭଙ୍କୁ ଟାର୍ଗେଟ୍ କରାଯାଇ ହିଁ ଏହି ବିସ୍ଫୋରଣ କରାଯାଇଥିବା ଜଣାପଡିଛି। ବିସ୍ଫୋରଣ ପାଇଁ ୩୦୦ ଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇଥିଲା ଓ ଏହାକୁ ରିମୋଟ ଜରିଆରେ ଦୂର ସ୍ଥାନରୁ ବିସ୍ଫୋରଣ କରାଯାଇଥିଲା। ଲେଫ୍ଟନାଣ୍ଟ ଜେନେରାଲ କିର୍ଲୋଭଙ୍କୁ ହତ୍ୟା କରିଥିବା ଡିଭାଇସ୍ ରିମୋଟ୍ ଭାବେ ପରିଚାଳିତ ହୋଇଥିଲା ବୋଲି ରୁଷିଆର ସରକାରୀ ନ୍ୟୁଜ୍ ଏଜେନ୍ସି ଟାସ୍ ରିପୋର୍ଟ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking