29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଭାରତକୁ ଖୋଲାଖୋଲି ଧମକ ଦେଲେ ଟ୍ରମ୍ପ୍‌

ଭାରତକୁ ଖୋଲାଖୋଲି ଧମକ ଦେଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଡ଼ୋନାଲ୍ଡ ଟ୍ରମ୍ପ । ଏହାରି ମଧ୍ୟରେ ସେ ପୁଣି ଭାରତକୁ ଦେଇଛନ୍ତି ଖୋଲାଖୋଲି ଧମକ । ଭାରତ ଉପରେ ଟ୍ୟାକ୍ସ ଲଗାଇବାକୁ ସେ ଦେଇଛନ୍ତି ଧମକ । ଏଥିସହ ଭାରତୀୟ ଉତ୍ପାଦ ଉପରେ ସର୍ବାଧିକ ଶୁଳ୍କ ଲଗାଇବାକୁ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ସୂଚନା ମୁତାବକ, ଚାଇନା ସହିତ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତି ଉପରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ଯଦି ଆମ ଉପରେ ଟ୍ୟାକ୍ସ ଲାଗୁ କରିବ। ତେବେ ଆମେ ମଧ୍ୟ ତାକୁ ଛାଡ଼ିବୁ ନାହିଁ ବୋଲି କହିଛନ୍ତି ଟ୍ରମ୍ପ। ପ୍ରାୟ ସମସ୍ତ କ୍ଷେତ୍ରରେ ସେମାନେ ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଉଛନ୍ତି। ଭାରତ ଯଦି ଆମ ଉପରେ ଭାରତ ୧୦୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିବ, ଆମେ ମଧ୍ୟ ତାଙ୍କ ଉପରେ ଏଥର ସମାନ ଟ୍ୟାକ୍ସ ଲଗାଇବୁ। କେତେକ ଆମେରିକୀୟ ଉତ୍ପାଦ ଉପରେ ଅଧିକ ଶୁଳ୍କ ଲାଗୁ କରୁଥିବା ଦେଶ ମଧ୍ୟରେ ଭାରତ ଏବଂ ବ୍ରାଜିଲ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ତେବେ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତିକୁ ନେଇ ତାଙ୍କ ବାଣିଜ୍ୟ ମନ୍ତ୍ରୀ କହିଛନ୍ତି ଯେ, ‘ଯିଏ ଯେମିତି କରିବ ତାଙ୍କୁ ମଧ୍ୟ ସେହିଭଳି ବ୍ୟବହାର କରାଯିବ। ହାୱାର୍ଡ ଲୁଟନିକ୍ କହିଛନ୍ତି ଯେ, ଏହା ପ୍ରଶାସନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବାକୁ ଯାଉଛି। ଗୋଟିଏ କଥା ଅତ୍ୟନ୍ତ ସ୍ପଷ୍ଟ ଯେ, ତୁମେ ଆମ ସହିତ ଯେପରି ବ୍ୟବହାର କରିବ, ଆମେ ମଧ୍ୟ ତୁମ ସହିତ ସମାନ ଆଚରଣ କରିବୁ ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking