16.1 C
Bhubaneswar
Monday, February 9, 2026
Homeଓଡିଶାହାତୀପଲଙ୍କ ଉତ୍ପାତ : ଭୟଭୀତ ସ୍ଥାନୀୟ ଲୋକେ

ହାତୀପଲଙ୍କ ଉତ୍ପାତ : ଭୟଭୀତ ସ୍ଥାନୀୟ ଲୋକେ

ଖୋର୍ଦ୍ଧା: ଟାଙ୍ଗୀ ରେଞ୍ଜରେ ୩୦ ଟିକିଆ ହାତୀପଲ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ହାତୀପଲଙ୍କ ଉତ୍ପାତରେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି। ହେଲେ ବନ ବିଭାଗ ସାଜିଛି ନିଦାବିଷ୍ଣୁ। ତେବେ ଏହି ହାତୀପଲ ବୁଧବାର ସକାଳେ ଟାଙ୍ଗୀ ବ୍ଲକ୍ ଅଚ୍ୟୁତପୁର ରାସ୍ତା ପାର ହୋଇ ନିକଟସ୍ଥ ଜଙ୍ଗଲ ଭିତରକୁ ଯାଇଛନ୍ତି।ସ୍ଥାନୀୟ ଜଙ୍ଗଲ ଭିତରେ ହାତୀପଲ ରହିଥିବାରୁ ଅଚ୍ୟୁତପୁର ସମେତ କମାଗୁରୁ, ଛଣଗିରି, ଓଳସିଂହ, ଟାଙ୍କୋଳ, ସରପାରି ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତକାଲି ଟାଙ୍କୋଳ- ସରପାରି ରାସ୍ତାରେ ହାତିପଲ ରହିଥିବା ବେଳେ ଆଜି ଅଚ୍ୟୁତପୁରରେ ରାସ୍ତା ପାର ହେଉଥିବା ଘଟଣା ଭୟର ବାତାବରଣ ସୃଷ୍ଟି କରିଛି। ତେଣୁ ତୁରନ୍ତ ବନବିଭାଗ ଏହି ହାତୀପଲଙ୍କ ଉପରେ ନଜର ରଖିବା ସହିତ ସୁରକ୍ଷିତ ଭାବେ ଅନ୍ୟ ଜଙ୍ଗଲ ଆଡ଼କୁ ଘଉଡାଇ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking